କନକ ବ୍ୟୁରୋ: ଜମିଜମା କାରବାର ପାଇଁ ହୋଇଛି କି ପୀତବାସ ପଣ୍ଡାଙ୍କୁ ହତ୍ୟା? ଏହି ଚର୍ଚ୍ଚା ଏବେ ଜୋର ଧରିଛି । କୁହାଯାଉଛି, ଏକ ଜମି କାରବାର ଲାଗି ୧୦ରୁ ୧୨ କୋଟି ଟଙ୍କାର ଏକ ଡିଲ୍‌ ହୋଇଥିଲା । ଯାହାକୁ ନେଇ ପୀତବାସଙ୍କ ସହ କିଛି ଯୁକ୍ତିତର୍କ ହୋଇଥିଲା । ଏହି ବିବାଦରେ ସହରର କିଛି ବିଶିଷ୍ଟ ବ୍ୟବସାୟୀ ଓ ରାଜନେତା ସାମିଲ ଥିବା ପୁଲିସ ଜାଣିବାକୁ ପାଇଛି । ତେଣୁ ହତ୍ୟାକାଣ୍ଡ ପଛରେ ଏହା ଏକ କାରଣ ହୋଇପାରେ ବୋଲି ପୁଲିସ ଅନୁମାନ ଲଗାଉଛି । ସେହିପରି ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ପୁଲିସ ଟାର୍ଗେଟ୍‌ କରିଛି। ପୂର୍ବରୁ ବିଭିନ୍ନ ହତ୍ୟାକାଣ୍ଡରେ ଜେଲ୍‌ ଯାଇଥିବା କିଛି ଅଭିଯୁକ୍ତଙ୍କୁ ଆଣି ପୁଲିସ ଜେରା କରୁଛି । ରାତି ତମାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ କରିଛି । ଗତକାଲିଠାରୁ ପୁଲିସ ଟିମ୍‌ କମାପଲ୍ଲୀ, ମେଡିକାଲ୍‌ ରୋଡ୍‌, ସିଦ୍ଧାର୍ଥ ନଗର ରୋଡ୍‌, ଇଞ୍ଜିନିୟରିଂ ସ୍କୁଲ୍‌ ରୋଡ୍‌ ଆଦି ବହୁ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି । ଏଥିରୁ ହତ୍ୟାକାଣ୍ଡ ସହ ସମ୍ପୃକ୍ତ କିଛି ଲୋକଙ୍କ ଗତିବିଧି ପୁଲିସ ଦେଖିବାକୁ ପାଇଥିବା ଜଣାପଡ଼ିଛି ।

Advertisment

ହତ୍ୟା ପଛରେ ଜମି ବିବାଦ!

ପୀତବାସ ହତ୍ୟା ମାମଲାରେ ଟୁଇଷ୍ଟ
ହତ୍ୟାକାଣ୍ଡ ପଛରେ ଜମି ବିବାଦ ନେଇ ଚର୍ଚ୍ଚା
୧୨ କୋଟି ଟଙ୍କାର ଜମି ଡିଲରୁ ବିବାଦ
ପୀତବାସଙ୍କ ସହ କିଛି ଜଣଙ୍କ ଯୁକ୍ତିତର୍କ ହୋଇଥିଲା
ବିବାଦରେ ସହରର ବିଶିଷ୍ଟ ବ୍ୟବସାୟୀ, ନେତା
୩ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି
ସ୍କାନରରେ ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡର ଅଭିଯୁକ୍ତ
ଜେଲ ଫେରନ୍ତା ଅପରାଧୀଙ୍କୁ ଉଠାଇ ଆଣି ଜେରା
ବିଭିନ୍ନ ଛକରେ ସିସି କ୍ୟାମେରା ଯାଞ୍ଚ କଲେ ଏସ୍‌ପି
ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଗତିବିଧି ମିଳିଥିବା ଚର୍ଚ୍ଚା