କନକ ବ୍ୟୁରୋ: ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ମୃତ୍ୟକୁ ନେଇ ବଡ଼ ଖୁଲାସା । ଜଣେ ମ୍ୟାଡାମଙ୍କ ପାଇଁ ବିଦ୍ୟାଧରଙ୍କ ଜୀବନ ଚାଲିଗଲା ବୋଲି ଚର୍ଚ୍ଚା ହେଉଛି । ଚାକିରି ଦେବାକୁ କହି ୫ କୋଟିରୁ ଅଧିକ ଟଙ୍କା ଠକିଛନ୍ତି ସେହି ମ୍ୟାଡାମ୍ । ବରମୁଣ୍ଡା ଅଞ୍ଚଳରେ କରିଥିଲେ କନସଲଟାନ୍ସି ଫାର୍ମ ତାଙ୍କ ପାଖରେ କାମ କରୁଥିଲେ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର । ଚାକିରି ନାଁରେ ଠକେଇ ପରେ, ଟଙ୍କା ଫେରି ନପାଇବାରୁ ଆଶାୟୀ ପ୍ରାର୍ଥୀମାନେ ମିଶି ଟ୍ୟାକ୍ସି ଡ୍ରାଇଭରଙ୍କୁ କରିଥିଲେ ଅପହରଣ । ସେପଟେ ଅପହରଣକାରୀଙ୍କ ଘରେ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଛି ପୁଲିସ । ଯାଜପୁର ଅଞ୍ଚଳରେ ଆତ୍ମହତ୍ୟା କରିବା ପରେ ଚନ୍ଦକା ଅଞ୍ଚଳରେ ମୃତଦେହ ମିଳିଛି । ଅପହରଣ କରିଥିବା ଯୁବକମାନେ ଗଜପତି ଜିଲ୍ଲାର ବୋଲି ସନ୍ଦେହ କରାଯାଉଛି । ଏପରିକି କିଛି କଲେଜ ଛାତ୍ରଙ୍କ ସମ୍ପୃକ୍ତି ନେଇ ମଧ୍ୟ ସନ୍ଦେହ କରୁଛି ପୁଲିସ । ହତ୍ୟାକାଣ୍ଡ ପରେ, ମ୍ୟାଡାମ୍ ଜଣକ ଫେରାର ଥିବା ଜଣାପଡ଼ିଛି ।
ମୃତ୍ୟୁ ପଛରେ ଚାକିରି କେଳେଙ୍କାରୀ ; ରାଜଧାନୀରେ ଟ୍ୟାକ୍ସି ଡ୍ରାଇଭରଙ୍କ ମୃତଦେହ ମିଳିବା ଘଟଣାରେ ଟ୍ବିଷ୍ଟ୍
ରାଜଧାନୀରେ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ମୃତଦେହ ମିଳିବା ଘଟଣା । ମୃତ୍ୟୁ ପଛରେ ଚାକିରି କେଳେଙ୍କାରୀ ନେଇ ବଡ଼ ଟ୍ବିଷ୍ଟ । ଚାକିରି ଦେବାକୁ କହି ଜଣେ ମହିଳା ୫ କୋଟିରୁ ଅଧିକ ଠକିଥିବା ଅଭିଯୋଗ ।
/kanak/media/media_files/2025/09/21/aa-2025-09-21-16-53-41.jpg)