ପିଲା ଚୋରି ଅଭିଯୋଗ ଘଟଣାରେ ଟ୍ବିଷ୍ଟ । ଶିଶୁ ଚୋରି ଘଟଣାକୁ ଖଣ୍ଡନ କଲେ ସୁପରିଟେଣ୍ଡେଣ୍ଟ ।

Advertisment

ପିଲା ଚୋରି ଅଭିଯୋଗ ଘଟଣାରେ ଟ୍ବିଷ୍ଟ । ଶିଶୁ ଚୋରି ଘଟଣାକୁ ଖଣ୍ଡନ କଲେ ସୁପରିଟେଣ୍ଡେଣ୍ଟ । କହିଲେ, ରୋଗୀ ସମ୍ପର୍କରେ ରେଜିଷ୍ଟରରେ ନାହିଁ କୌଣସି ଦସ୍ତାବିଜ । ଘଟଣାସ୍ଥଳରେ ପୁଲିସର ଛାନଭିନ ।

ପିଲା ଚୋରି ଅଭିଯୋଗ ଘଟଣାରେ ଟ୍ବିଷ୍ଟ । ଶିଶୁ ଚୋରି ଘଟଣାକୁ ଖଣ୍ଡନ କଲେ ସୁପରିଟେଣ୍ଡେଣ୍ଟ । କହିଲେ, ରୋଗୀ ସମ୍ପର୍କରେ ରେଜିଷ୍ଟରରେ ନାହିଁ କୌଣସି ଦସ୍ତାବିଜ । ଘଟଣାସ୍ଥଳରେ ପୁଲିସର ଛାନଭିନ ।

child thumb

କନକ ବ୍ୟୁରୋ: ନୟାଗଡ଼ ରାଜସୁନାଖଳା ସ୍ଵାସ୍ଥ୍ୟ କେନ୍ଦ୍ରରୁ ପିଲା ଚୋରି ଅଭିଯୋଗ ଘଟଣାରେ ନୂଆ ଟ୍ବିଷ୍ଟ ହୋଇଛି । ଶିଶୁ ଚୋରି ଘଟଣାକୁ ଖଣ୍ଡନ କରିଛନ୍ତି ସୁପରିଟେଣ୍ଡେଣ୍ଟ । ରୋଗୀ ସମ୍ପର୍କରେ ରେଜିଷ୍ଟରରେ କୌଣସି ରେକର୍ଡ ନଥିବା କହିଛନ୍ତି । ଶିଶୁ ଚୋରୀ ଘଟଣାରେ ପରିବାର ଲୋକ ଅଭିଯୋଗ ଆଣିବା ପରେ ଡାକ୍ତରଖାନା ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧୀସ୍ମିତା ପରିଡ଼ାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପ୍ରସବର କିଛି ମୁହୂର୍ତ୍ତ ପରେ ଶିଶୁ ନଥିବା ଜାଣିପାରି  ଅଭିଯୋଗ ଆଣିଥିଲେ ।

ଏପଟେ ଡାକ୍ତରଖାନାରେ ରୋଗୀଙ୍କ କୌଣସି ଲିଖିତ ଭାବେ ରେଜିଷ୍ଟରରେ ଦସ୍ତାବିଜ୍ ନଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ସୁଧୀସ୍ମିତାଙ୍କ ମା ଓ ସ୍ଵାମୀ ଡାକ୍ତରଖାନାର ଜଣେ ନର୍ସଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଡାକ୍ତରଖାନାର ସୁପରିଟେଣ୍ଡେଣ୍ଟ ଶିଶୁ ଚୋରୀ ଘଟଣା କୁ ଖଣ୍ଡନ କରିଛନ୍ତି । ତେବେ ଘଟଣାସ୍ଥଳରେ ଶରଣକୁଳ ଏସ୍ ଡି ପି ଓ ,ରଣପୁର ଥାନା ଅଧିକାରୀ ଏବଂ ସୁନାଖଳା ଫାଣ୍ଡି ଅଧିକାରୀ  ପହଂଚି  ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଘଟଣା  ଉପରେ ଅଧିକ ତଦନ୍ତ ଚଳାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe