କନକ ବ୍ୟୁରୋ : ଆଉ କିଛି ସମୟ ପରେ ଇତିହାସ ହୋଇଯିବ ୨୦୨୪ । ଆଉ ଜିରୋ ନାଇଟକୁ ସେଲିବ୍ରେଟ କରିବାକୁ  ସମସ୍ତେ ଏବେ ପାର୍ଟି ମୁଡରେ ଅଛନ୍ତି । ହୋଟେଲଗୁଡିକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି । କିନ୍ତୁ ଜିରୋ ନାଇଟରେ ସତର୍କ ରହିଛି କମିଶନରେଟ ପୁଲିସ । ଚେକିଂକୁ ଜୋରଦାର କରାଯାଇଛି । 

Advertisment

ଆଜି ବର୍ଷର ଶେଷଦିନ । ଆଉ କିଛି ସମୟ ପରେ ବିଦାୟ ନେବ ୨୦୨୪ । ଆଉ ନୂଆବର୍ଷକୁ ସ୍ବାଗତ କରିବାକୁ  ସବୁଆଡେ ପ୍ରସ୍ତୁତି ଜୋରଦାର ହୋଇଛି । ହୋଟେଲଗୁଡିକ ଆକର୍ଷଣୀୟ ସାଜସଜ୍ଜା କରିଛନ୍ତି ।  ଆଜି ରାତି ୧୨ଟାରେ ହେବ ଜିରୋନାଇଟ ସେଲିବ୍ରେସନ । ଏଥିପାଇଁ ସମସ୍ତେ ପାର୍ଟି ମୁଡରେ ଅଛନ୍ତି ।  ଟ୍ବିନସିଟି କଟକ-ଭୁବନେଶ୍ବରରେ ଜିରୋନାଇଟ ସେଲିବ୍ରେସନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ନୂଆବର୍ଷକୁ ସ୍ବାଗତ କରି ଜିରୋ ନାଇଟ ସେଲିବ୍ରେସନ କରିବାକୁ ସମସ୍ତଙ୍କ ମନରେ ଉତ୍ସାହ ଦେଖାଦେଇଛି । ମିଠା, ଚକୋଲଟେ ଅର୍ଡର ଦିଆସରିଛି ।  

ରୋଡ୍‌ ରୋମିଓଙ୍କ ଉପରେ ନଜର 
ଜିରୋ ନାଇଟ ସେଲିବ୍ରେସନ ବେଳେ  ମଦ୍ୟପଙ୍କ ଉପରେ କଡା ନଜର ରଖିବ ପ୍ରଶାସନ । ଅସ୍ଥାୟୀ  ବାର ଖୋଲିବା ପ୍ରକ୍ରିୟା ସଂପୂର୍ଣ୍ଣ ବନ୍ଦ ରହିବ । ମଦ୍ୟପାନଜନିତ କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବନାହିଁ । ମଦ ପିଇ ଗାଡ଼ି ଚଳାଇଲେ ବାନ୍ଧିବ ପୁଲିସ । ରୋଡ୍‌ ରୋମିଓଙ୍କ ଉପରେ ରହିବ କଡ଼ା ନଜର।  ଜିରୋ ନାଇଟ ସେଲିବ୍ରେସନ ବେଳେ ବାର୍‌, ପବ୍‌ ଓ ହୋଟେଲରେ କଡ଼ାକଡ଼ି ଚେକିଂ ହେବ । ସେହିଭଳି ନୂଆବର୍ଷରେ ବେଆଇନ ମଦ କାରବାର ସଂପୂର୍ଣ୍ଣ ବନ୍ଦ ପାଇଁ ଆହୁରି କଠୋର ହେବେ ରାଜ୍ୟ ସରକାର । ଚୋରାମଦ ବିକ୍ରି ରୋକିବାକୁ ହେବ ସ୍ବତନ୍ତ୍ର ଡ୍ରାଇଭ । ୨୦୨୪କୁ ବିଦାୟ ଦେଇ ୨୦୨୫କୁ ସ୍ବାଗତ କରିବାକୁ ଏବେ ଚାରିଆଡେ ଉତ୍ସବର ମାହୋଲ । ଶୀତୁଆ ପାଗରେ ବି ଲୋକଙ୍କ ଭିତରେ ରହିଛି ଜୋସ ।