କନକ ବ୍ୟୁରୋ : ରାଜ୍ୟ ସରକାର ଆଇପିଏସ ସ୍ତରରେ କରିଛନ୍ତି ବଡ଼ଧରଣର ଅଦଳବଦଳ । ବଦଳିଛନ୍ତି ଭୁବନେଶ୍ୱର ଓ କଟକର ଡିସିପି । ନୂଆ ଡିସିପିଙ୍କ ପାଇଁ ରହିବ ଅନେକ ବଡ଼ ଚ୍ୟାଲେଞ୍ଜ ।
୨୦୧୩ ବ୍ୟାଚର ଆଇପିଏସ ଅଫିସର ଜଗମୋହନ ମୀନାଙ୍କୁ ଭୁବନେଶ୍ୱର ଡିସିପି ଭାବେ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ୨୦୧୬ ବ୍ୟାଚର ଆଇପିଏସ ଅଫିସର ଖିଲାରୀ ରିଷିକେଶ ଧ୍ୟାନଦେଓଙ୍କୁ କଟକ ଡିସିପି ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ଭୁବନେଶ୍ୱର ଡିସିପି ଥିବା ୨୦୧୧ ବ୍ୟାଚର ଆଇପିଏସ ଅଫିସର ପିନାକ ମିଶ୍ରଙ୍କୁ ଏସଟିଏଏଫ ଡିଆଜି ଭାବେ ବଦଳି କରାଯାଇଛି । ତେବେ ଦୁଇ ନୂଆ ଡିସିପିଙ୍କ ପାଇଁ ରହିବ ଅନେକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ।
- ଦ୍ବୈତ ନଗରୀରେ ଆଇନଶୃଙ୍ଖଳା ରକ୍ଷା
- ପୋଲିସିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା
- ଅପରାଧ ନିୟନ୍ତ୍ରଣ ଓ ଅପରାଧୀ ଦମନ ପ୍ରମୁଖ ଚ୍ୟାଲେଞ୍ଜ
- ନିଶା କାରବାର ଉପରେ ରୋକ୍ ଲଗାଇବା
- ବସ୍ତିଗୁଡ଼ିକରେ ଅପରାଧ ରୋକିବା
- ସଂଗଠିତ ଅପରାଧ ଉପରେ ରୋକ୍ ଲଗାଇବା
- ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା
- ଭିଭିଆଇପିଙ୍କ ଗସ୍ତକୁ ସୁରକ୍ଷିତ କରିବା
କେବଳ କଟକ ଓ ଭୁବନେଶ୍ୱର ଡିସିପି ନୁହନ୍ତି, ଅନେକ ଗୁରୁତ୍ୱପୂର୍ଣ୍ଣ ପଦବିରେ ଥିବା ୨୬ ଜଣ ଆଇପିଏସଙ୍କୁ ବଦଲାଇଛନ୍ତି ରାଜ୍ୟ ସରକାର । ଏହାରି ଭିତରେ ସମସ୍ତଙ୍କ ନଜର ରହିଛି ଭୁବନେଶ୍ୱର ଓ କଟକ ଦାୟିତ୍ୱ ପାଇଥିବା ଦୁଇ ନୂଆ ଡିସିପିଙ୍କ ଉପରେ । ଆସନ୍ତା ସୋମବାର ଏହି ଦୁଇଜଣ ଡିସିପି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରି ନୂତନ ଇନିଂସ ଆରମ୍ଭ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/03/01/7wU9JkfeNjHjlJtkZs6J.jpg)