କନକ ବ୍ୟୁରୋ :  ଆଜି ମହାମାୟାଙ୍କ ମହାନବମୀ ପୂଜା। ମନ୍ତ୍ର ଧ୍ବନି ଓ ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ। କଟକରେ ସୁନାଚାନ୍ଦି ମେଢ଼ରେ ଶୋଭାପାଉଛନ୍ତି ମାଆ ଦଶଭୁଜା । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସୁଉଚ୍ଚ ତୋରଣ ସାଙ୍ଗକୁ ଚିକମିକ୍ ଆଲୋକମାଳାରେ ଝଲସୁଛି ରାସ୍ତାଘାଟ । ଦୁର୍ଗାପୂଜା ପାଇଁ ଉତ୍ସବମୁଖର ଟ୍ବିନସିଟି। ସବୁଠି ଦେଖିବାକୁ ମିଳିଛି ଉତ୍ସବର ପରିବେଶ ।

Advertisment

କଟକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଭିନ୍ନ ପୂଜା ମଣ୍ଡପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଥମେ କଟକ ପ୍ରତାପନଗରୀ ଦୁର୍ଗା ପୂଜା ପଣ୍ଡାଲରେ ପୂଜାର୍ଚ୍ଚନା କରିବା ପରେ କଟକ ସହରରେ ମଣ୍ଡପରୁ ମଣ୍ଡପ ବୁଲି କରୁଛନ୍ତି ମାଙ୍କ ଦର୍ଶନ। କଟକ ହେଉଛି ଭାଇଚାରାର ସହର । ଏଠାରେ ସବୁବେଳେ ଶାନ୍ତି ଥାଏ । କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ବେଶ୍ ଖୁସି ଲାଗୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । 

ସେ ସ୍ନେହରେ ସମୁଦ୍ର, ସାହସରେ ପର୍ବତ, ତ୍ୟାଗରେ ଗଙ୍ଗା ଓ କୋପରେ ଅଗ୍ନି । ସନ୍ତାନ ପାଇଁ ସେ ଆଶୀର୍ବାଦ ଢାଳୁଥିବା ଲକ୍ଷ୍ମୀ ତ ଦୁର୍ଜନଙ୍କ ପାଇଁ ସେ ଦୁର୍ଗା । ଆଉ କେହି ନୁହେଁ, ସେ ହେଉଛି ମାଆ । ଦୁର୍ଗାପୂଜା ପାଇଁ ରାଜଧାନୀ ଭୁବନେଶ୍ବର ଉତ୍ସବମୁଖର ହୋଇଥିବା ବେଳେ ଏ ଭିଡ଼ ଭିତରେ ଆମେ ପାଇଥିଲୁ ବାସ୍ତବ ଜୀବନର ଦୁର୍ଗା ମାଆଙ୍କୁ।