କନକ ବ୍ୟୁରୋ : ଆଜି ମହାମାୟାଙ୍କ ମହାନବମୀ ପୂଜା। ମନ୍ତ୍ର ଧ୍ବନି ଓ ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ। କଟକରେ ସୁନାଚାନ୍ଦି ମେଢ଼ରେ ଶୋଭାପାଉଛନ୍ତି ମାଆ ଦଶଭୁଜା । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସୁଉଚ୍ଚ ତୋରଣ ସାଙ୍ଗକୁ ଚିକମିକ୍ ଆଲୋକମାଳାରେ ଝଲସୁଛି ରାସ୍ତାଘାଟ । ଦୁର୍ଗାପୂଜା ପାଇଁ ଉତ୍ସବମୁଖର ଟ୍ବିନସିଟି। ସବୁଠି ଦେଖିବାକୁ ମିଳିଛି ଉତ୍ସବର ପରିବେଶ ।
କଟକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଭିନ୍ନ ପୂଜା ମଣ୍ଡପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଥମେ କଟକ ପ୍ରତାପନଗରୀ ଦୁର୍ଗା ପୂଜା ପଣ୍ଡାଲରେ ପୂଜାର୍ଚ୍ଚନା କରିବା ପରେ କଟକ ସହରରେ ମଣ୍ଡପରୁ ମଣ୍ଡପ ବୁଲି କରୁଛନ୍ତି ମାଙ୍କ ଦର୍ଶନ। କଟକ ହେଉଛି ଭାଇଚାରାର ସହର । ଏଠାରେ ସବୁବେଳେ ଶାନ୍ତି ଥାଏ । କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ବେଶ୍ ଖୁସି ଲାଗୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେ ସ୍ନେହରେ ସମୁଦ୍ର, ସାହସରେ ପର୍ବତ, ତ୍ୟାଗରେ ଗଙ୍ଗା ଓ କୋପରେ ଅଗ୍ନି । ସନ୍ତାନ ପାଇଁ ସେ ଆଶୀର୍ବାଦ ଢାଳୁଥିବା ଲକ୍ଷ୍ମୀ ତ ଦୁର୍ଜନଙ୍କ ପାଇଁ ସେ ଦୁର୍ଗା । ଆଉ କେହି ନୁହେଁ, ସେ ହେଉଛି ମାଆ । ଦୁର୍ଗାପୂଜା ପାଇଁ ରାଜଧାନୀ ଭୁବନେଶ୍ବର ଉତ୍ସବମୁଖର ହୋଇଥିବା ବେଳେ ଏ ଭିଡ଼ ଭିତରେ ଆମେ ପାଇଥିଲୁ ବାସ୍ତବ ଜୀବନର ଦୁର୍ଗା ମାଆଙ୍କୁ।