କନକ ବ୍ୟୁରୋ : ସ୍ଥାନୀୟ ଗାନ୍ଧୀ ଛକରେ ଥିବା ହିନ୍ଦୁସ୍ଥାନ ଟିଭିଏସ୍ ସୋ ରୁମରେ ଟିଭିଏସ କମ୍ପାନୀର ନୂଆ ଉତ୍ପାଦ ଆପାଚି ଆରଟିଆର ୧୬୦ଭିର ଆନୁଷ୍ଠାନିକ ଭାବେ ବଜାର ପ୍ରବେଶ କରାଯାଇଛି । ସ୍ପୋର୍ଟସ୍, ଅର୍ବାନ ଓ ରେନ ଆଦି ତିନୋଟି ରାଇଡ ମଡଲେର ଏହି ବାଇକ୍ ଉପଲବ୍ଧ ରହିଛି । ଏହାସହ ୟୁଏସଡି ଫ୍ରଣ୍ଟ ଫୋର୍କ, ଡୁଆଲ ଚେନେଲ ଏବିଏସ ସହ ଆରଏଲପି, ଆଲୋଇ ହ୍ୱିଲ, ବ୍ଲୁଟୁଥ କନେକଟିଭିଟି ସହ ଭଏସ୍ ଆସିଷ୍ଟ ଭଳି ଆଧୁନିକ ସୁବିଧା ରହିଛି । ଏଲଇଡି ହେଡ୍ ଲ୍ୟାମ୍ପ ସହ ଡିଆରଏଲ, ଆଡଜଷ୍ଟବେଲ ବ୍ରେକ୍ ଆଣ୍ଡ କ୍ଲଜ ଲିଭର୍ସ ଆଣ୍ଡ ରେଡିଅଲ୍ ଟାୟାର ଆଦି ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ହିନ୍ଦୁସ୍ଥାନ ସେଲସ ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ସିଇଓ ଆଶିଷ କୁମାର ଅଗ୍ରୱାଲ, ହିମ୍ନିକ ଅଗ୍ରୱାଲ, ଟିଭିଏସ କମ୍ପାନୀର ଟିଏମ୍ ସେଲସ୍ କୌଶଳ କୁମାର ସିଂ, ଜିଏମ ଆଡମିନ୍ ଗୌରୀ ଶଂକର ପଟ୍ଟନାୟକ ଏବଂ ଜିଏମ୍ ସୁନିଲ ମହାପାତ୍ର ଓ ସୋ ରୁମର ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ ।