ତାମିଲନାଡୁ କରୁର ଦଳଚକଟା ଘଟଣା: TVK ଜିଲ୍ଲା ସମ୍ପାଦକ ଗିରଫ ହେଲେ

Advertisment

ବିଜୟଙ୍କ ଦଳ ଟିଭିକେର ଜିଲ୍ଲା ସମ୍ପାଦକ ଗିରଫ । TVKର ରାଜ୍ୟ ମହାସଚିବ ଓ ଉପମହାସଚିବଙ୍କ ବିରୋଧରେ ଥାନାରେ ଏତଲା । ସେପଟେ ଅଘଟଣରେ ମୃତ୍ୟୁ ସଂଖ୍ୟା ୪୧ ଛୁଇଁଲା । 

ବିଜୟଙ୍କ ଦଳ ଟିଭିକେର ଜିଲ୍ଲା ସମ୍ପାଦକ ଗିରଫ । TVKର ରାଜ୍ୟ ମହାସଚିବ ଓ ଉପମହାସଚିବଙ୍କ ବିରୋଧରେ ଥାନାରେ ଏତଲା । ସେପଟେ ଅଘଟଣରେ ମୃତ୍ୟୁ ସଂଖ୍ୟା ୪୧ ଛୁଇଁଲା । 

Vijay Thalapathy

କନକ ବ୍ୟୁରୋ: ତାମିଲନାଡୁର କରୁରରେ ତାମିଲଗା ଭେଟ୍ରି କାଜଗମ୍ ବା TVK ରାଲିରେ ଦଳାଚକଟା ଘଟଣାରେ ପୁଲିସ ଦଳର ଜିଲ୍ଲା ସମ୍ପାଦକ ମଥିଆଝାଗାନଙ୍କୁ ଗିରଫ କରିଛି । ପୁଲିସ TVKର ତିନିଜଣ ନେତା- ମଥିଆଝାଗାନ, ବୁଶି ଆନନ୍ଦ ଏବଂ ସିଟିଆର ନିର୍ମଳ କୁମାରଙ୍କ ବିରୋଧରେ ଏତଲା ରୁଜୁ କରିଥିଲା ।

ସେପ୍ଟେମ୍ବର ୨୭ ତାରିଖରେ ରାତିରେ ତାମିଲନାଡୁର କରୁରରେ ଅଭିନେତା ବିଜୟଙ୍କ ରାଲି ସମୟରେ ହୋଇଥିବା ଦଳାଚକଟା ଘଟଣାରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ ୮୦ ଜଣ ଆହତ ହୋଇଛନ୍ତି । ପୁଲିସ ମଥିଆଝାଗାନ, ବୁଶି ଆନନ୍ଦ ଏବଂ ସିଟିଆର ନିର୍ମଳ କୁମାରଙ୍କୁ ଚେତାବନୀ ଦେଇଥିଲା ଯେ ଭିଡ଼ ଯୋଗୁଁ ପରିସ୍ଥିତି ଅନିୟନ୍ତ୍ରିତ ହେଉଛି, ଯାହା ଶ୍ୱାସରୁଦ୍ଧ ଏବଂ କୌଣସି ବଡ଼ ଅଘଟଣ ଆଶଙ୍କା ସୃଷ୍ଟି କରୁଛି । ଅଭିଯୋଗ ହୋଇଛି ଯେ TVK ନେତାମାନେ କର୍ମୀମାନଙ୍କୁ ଠିକ ଭାବରେ ନିୟନ୍ତ୍ରଣ କରିପାରିନଥିଲେ, ଯେଉଁଥିପାଇଁ ପରିସ୍ଥିତି ଅନିୟନ୍ତ୍ରିତ ହୋଇଥିଲା।

ଜିଲ୍ଲାପାଳ ଏମ ଥାଙ୍ଗାଭେଲଙ୍କ ଅନୁଯାୟୀ, ଏହି ଘଟଣାରେ ୪୧ ଜଣଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ୧୮ ଜଣ ମହିଳା, ୧୩ ଜଣ ପୁରୁଷ, ୫ ଜଣ ନାବାଳକ ଏବଂ ୫ ଜଣ ନାବାଳିକା ସାମିଲ ଅଛନ୍ତି । ମୃତକଙ୍କ ଶବ ପୋଷ୍ଟମର୍ଟମ ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାମିଲନାଡୁର କରୁରରେ ରାଜନୈତିକ ରାଲି ସମୟରେ ଘଟିଥିବା ଦୁଃଖଦ ଘଟଣାରେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ।

ଏହି ଦୁର୍ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଏକ ନ୍ୟାୟିକ ତଦନ୍ତ ଆୟୋଗ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରୁଣା ଜଗଦୀଶନ ଏହି ଆୟୋଗର ନେତୃତ୍ୱ ନେଇଛନ୍ତି । ଆୟୋଗକୁ ଘଟଣାର ପୂର୍ଣ୍ଣ ତଦନ୍ତ କରି ରିପୋର୍ଟ ସରକାରଙ୍କୁ ଦେବାକୁ କୁହାଯାଇଛି । ଏହି ଆୟୋଗର ତାହାର ତଦନ୍ତ ବି ଆରମ୍ଭ କରିଛି । ଅଭିଯୋଗ ହୋଇଛି ଯେ ଅଭିନେତା ବିଜୟ ସନ୍ଧ୍ୟା ୪.୪୫ରେ କରୁର ଜିଲ୍ଲାର ସୀମାରେ ପହଞ୍ଚିଥିଲେ । କିନ୍ତୁ ରାଲି ସ୍ଥଳକୁ ଆସିବାରେ ଜାଣିଶୁଣି ବିଳମ୍ବ କରିଥିଲେ । ଏଥିରେ କୁହାଯାଇଛି ଯେ ରୋଡ୍‌ ସୋ' ପାଇଁ ନିର୍ଦ୍ଧାରିତ ସର୍ତ୍ତଗୁଡ଼ିକ ପାଳନ କରାଯାଇନଥିଲା । ଯାହା ପୁଲିସକୁ ଟ୍ରାଫିକ ପରିଚାଳନା କରିବାରେ ସମସ୍ୟା ସୃଷ୍ଟି କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe