କନକ ବ୍ୟୁରୋ: ଟିଭି ଟିଆରପି ରେଟିଙ୍ଗରେ ’ଅନୁପମା’ ଧାରାବାହିକ ଶୀର୍ଷରେ ଅଛି । ଅନ୍ୟପଟେ ଆଶ୍ଚର୍ଯ୍ୟଜନକ ଭାବେ ତଳକୁ ଖସିଛି ରିଆଲିଟି ସୋ’ ‘ବିଗ୍ ବସ୍’ ଟପ୍ ୧୦ ସୋ’ରୁ ବାଦ୍ ପଡ଼ିଛି, ଯାହା ସଲମାନ ଖାନଙ୍କ ସୋ’ ପାଇଁ ଶୁଭ ସଙ୍କେତ ନୁହେଁ ବୋଲି ଚର୍ଚ୍ଚା ହେଉଛି ।
ଟିଭି ସୋ’ର ଦୁନିଆରେ ଏଥର କେହି ବାଜି ମାରିଛି ତ ଆଉ କେହି ଆଶାଠାରୁ ତଳକୁ ଖସିଯାଇଛି । ତେବେ କେଉଁ ପ୍ରୋଗ୍ରାମ ଦର୍ଶକଙ୍କୁ ଅଧିକ ମନୋରଂଜନର ଖୋରାକ ଯୋଗାଇଛି ତାର ଖୁଲାସା ହୋଇଛି । ଗତ ୩୫ ସପ୍ତାହର ରେଟିଙ୍ଗ ପଏଣ୍ଟ ଆସିଛି । ଏଥିରେ ରାଜନ୍ ଶାହିଙ୍କ ସୋ’ ’ଅନୁପମା’ ଟପରେ ରହିଛି । ଗତ କିଛି ମାସର ରେଟିଙ୍ଗ ପଏଣ୍ଟକୁ ବଜାୟ ରଖିଛି ଏହି ସୋ’ ।ଦ୍ବି ତୀୟ ନମ୍ବରରେ ରହିଛି ’ତାରକ ମେହତା ତା ଉଲଟା ଚଷମା’ । ଏହି ସୋର ଟିଆରପି ଗତ ସପ୍ତାହରେ ଖୁବ୍ ବଢ଼ିଛି । ତୃତୀୟ ସ୍ଥାନରେ ରହିଛି ’ୟେ ରିସ୍ତା କ୍ୟା କେହଲାତା ହୈ’ । ଚତୁର୍ଥ ସ୍ଥାନରେ ରହିଛି ’କ୍ୟୁଁ କି ସାସ୍ ଭି କଭି ବହୂ ଥି’ ।
ରିଆଲିଟି ସୋର କଥା କହିବାକୁ ଗଲେ, ବିଗ୍ ବସର ସ୍ଥାନ ଅନେକ ତଳକୁ ଖସିଛି । ପୂର୍ବରୁ ଏହା ୧୧ସ୍ଥାନରେ ଥିବାବେଳେ ଏବେ ୧୨କୁ ଖସିଆସିଛି । ସଲମାନ ଖାନଙ୍କ ସୋ ପାଇଁ ଏହା ଭଲ ସଙ୍କେତ ନୁହେଁ ବୋଲି କୁହାଯାଉଛି ।