କନକ ବ୍ୟୁରୋ : EMIରେ କିଣିଛନ୍ତି କି ଟିଭି-ମୋବାଇଲ୍ । ତେବେ ଲୋନ୍ ସୁଝିବାରେ କରନ୍ତୁ ନାହିଁ ଅବହେଳା । କାରଣ , ବନ୍ଦ ହୋଇଯିବ ଟିଭି ଆଉ ମୋବାଇଲ୍ । EMI ଦେବାରେ ଖିଲାପ କଲେ ଆଉ ଦେଖିପାରିବେନି ଟିଭି ଏବଂ ମୋବାଇଲ । ଟଙ୍କା ପୈଠ ନ କଲେ କେବୁଲ ସେବା ଭଳି ଟିଭି ମଧ୍ୟ ଆପେ ଆପେ ବନ୍ଦ ହୋଇଯିବ । ଏହିଭଳି ନୂଆ ବ୍ୟବସ୍ତା ଆଣିବାକୁ ପ୍ରସ୍ତୁତ କରୁଛି ଆରବିଆଇ । କାରଣ , ଅଧିକାଂଶ ସମୟରୋ ଲୋକମାନେ ଇଏମ୍ଆଇ ଇଲେକ୍ଟ୍ରୋନିକ ଜିନିଷ କଣିଥାଆନ୍ତି । କିନ୍ତୁ ସଠିକ୍ ସମୟରେ ତାର ଋଣ ପରିଶୋଧ କରନ୍ତି ନାହିଁ । ଯେଉଁଥିପାଇଁ ବ୍ୟାଙ୍କ୍ କର୍ମଚାରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ନୂଆ ଏବଂ କଠୋର ବ୍ୟବସ୍ଥା ଆଣଇବାକୁ ଯାଉଛି । ମୋବାଇଲ, ଟିଭି ଭଳି ଉତ୍ପାଦର ଋଣ ଆଦାୟକୁ ସରଳ କରିବା ହେଉଛି ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ । ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାଗୁଡିକ ସହ ଏ ନେଇ ଆର୍ବିଆଇ ଆଲୋଚନା କରିଛି ।
ତେବେ ବିଶେଷଜ୍ଞଙ୍କ ଅନୁଯାୟୀ ଏହା କାର୍ଯ୍ୟକାରୀ କରିବା ପୂର୍ବରୁ ଆର୍ବିଆଇକୁ କିଛି ସ୍ଵତନ୍ତ୍ର ଦିଗ ପ୍ରତି ଦୃଷ୍ଟିଦେବାକୁ ହେବ। ଫୋନ୍, ଲ୍ୟାପଟପ୍ କିମ୍ବା ଏହି ଭଳି ଅନ୍ୟ ସାମଗ୍ରୀ କ୍ରୟରେ ଦିଆଯାଇଥିବା ଋଣ କୋଲ୍ୟାଟେରାଲ-ଫ୍ରି ହୋଇଥାଏ । ଅର୍ଥାତ୍ ଏଥିପାଇଁ କୌଣସି ସମ୍ପତ୍ତି ବନ୍ଧକ ରଖୁବାକୁ ପଡ଼ି ନ ଥାଏ । ତେଣୁ ସୁଧ ହାର ଅଧିକ ତଥା ୧୪-୧୬ ପ୍ରତିଶତ ରହିଥାଏ । ଯଦି ନୂଆ ବ୍ୟବସ୍ଥା ଲାଗୁ କରାଯିବ ତେବେ ଏହା ସୁରକ୍ଷିତ ରଣ ଶ୍ରେଣୀରେ ଆସିଯିବ । ଫଳରେ ବ୍ୟାଙ୍କର ଏହାକୁ ଅଧିକାର ଦେବା ପୂର୍ବରୁ ଶ୍ରେଣୀ ଏବଂ ସୁଧହାର ବଦଳାଇବାକୁ ପଡ଼ିବ ।
ଆମେରିକା ସମେତ ଅନେକ ଦେଶରେ ଏଭଳି ବ୍ୟବସ୍ଥା ରହିଛି । ଇଏମଆଇ ନ ଦେଲେ କାର୍ ଷ୍ଟାର୍ଟ ହୋଇପାରେ ନାହିଁ । ଆରବିଆଇ ଯେଉଁ ବ୍ୟବସ୍ଥା ଆଣିବାକୁ ବିଚାର କରୁଛି ତାହା କ୍ଷୁଦ୍ର ଉପଭୋକ୍ତା ଋଣ ଯଥା- ମୋବାଇଲ, ସ୍ମାର୍ଟ ଟିଭି, ୱାଶିଂ ମେସିନ, ଇଲେକ୍ଟ୍ରୋନିକ୍ସ ଆଦି ଉପରେ ଲାଗୁ ହେବ । ଇଏମ୍ଆଇରେ କିଣା ହୋଇଥିବା ଉତ୍ପାଦରେ ପୂର୍ବରୁ ଆପ୍ କିମ୍ବା ସଫ୍ଟୱେର ଇନ୍ଷ୍ଟଲ କରିଦିଆଯିବ । ଗ୍ରାହକ ଋଣ ପରିଶୋଧ ନ କଲେ ଏହି ସଫ୍ଟୱେର ଉତ୍ପାଦକୁ ଲକ୍ କରିଦେବ । ତେବେ ଏହି ବ୍ୟବସ୍ଥାରେ ଗ୍ରାହକଙ୍କ ଗୋପନୀୟ ତଥ୍ୟ ପ୍ରଘଟ ନ ହେବା ପାଇଁ ବିଶେଷ ଦୃଷ୍ଟି ଦିଆଯିବ ।