ସୁଟିଂରେ ପହଞ୍ଚିଲେନି ଆକ୍ଟର, ଯାଇ ଦେଖିବା ବେଳକୁ ଫ୍ଲାଟରେ ପଡିଥିଲା ମୃତଦେହ

ହିନ୍ଦି ଟିଭି ସିରିଏଲ ଓ ମରାଠି ଫିଲ୍ମରେ ଅଭିନୟ କରୁଥିବା ଫେମସ୍ ଆକ୍ଟର ଯୋଗେଶ ମହାଜନଙ୍କର ଅକାଳ ବିୟୋଗ ହୋଇଛି । ଅଭିନେତାଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବା ଜଣାପଡିଛି । ଯୋଗେଶଙ୍କର ଏପରି ଅକସ୍ମାତ ମୃତ୍ୟୁରେ ଅଭିନୟ ଜଗତରେ ଶୋକର ଛାୟା। 

actor dead

actor dead Photograph: (KanakNews)

କନକ ବ୍ୟୁରୋ: ହିନ୍ଦି ଟିଭି ସିରିଏଲ ଓ ମରାଠି ଫିଲ୍ମରେ ଅଭିନୟ କରୁଥିବା ଫେମସ୍ ଆକ୍ଟର ଯୋଗେଶ ମହାଜନଙ୍କର ଅକାଳ ବିୟୋଗ ହୋଇଛି । ଅଭିନେତାଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବା ଜଣାପଡିଛି । ଯୋଗେଶଙ୍କର ଏପରି ଅକସ୍ମାତ ମୃତ୍ୟୁରେ ଅଭିନୟ ଜଗତରେ ଶୋକର ଛାୟା। 

ମନୋରଞ୍ଜନ ଦୁନିଆର ଜଣେ ଲୋକପ୍ରିୟ ଅଭିନେତା ଯୋଗେଶ ମହାଜନଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଯେଉଁଦିନ ତାଙ୍କର ସୁଟିଂ ଥିଲା ସେ ସେଟରେ ଠିକ ସମୟରେ ପହଞ୍ଚିନଥିଲେ । ସୁଟିଙ୍ଗ କ୍ରୁ ମେମ୍ବର୍ସ ତାଙ୍କର ଫ୍ଲାଟକୁ ତାଙ୍କୁ ଡାକିବାକୁ ଯାଇଥିଲେ । ହେଲେ କବାଟ ଖୋଲିନଥିଲେ ଯୋଗେଶ । ଫଳରେ କବାଟ ଭାଙ୍ଗିବାକୁ ବାଧ୍ୟ ହାଇଥିଲେ କ୍ରୁ ମେମ୍ବର୍ସ । ସେ ତାଙ୍କ ପ୍ଲାଟ ଚଟାଣରେ ପଡିଥିଲେ  । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲେ ଡାକ୍ତର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe