ଗାଁରେ ବୁଲୁଛନ୍ତି ଦୁଇ ଦନ୍ତା ; ଘଉଡ଼ାଇବାକୁ ନାକେଦମ୍ ହେଲାଣି ବନବିଭାଗ

ବୈତରଣୀ ନଦୀ ପାର ହୋଇ ଗାଁରେ ବୁଲୁଛନ୍ତି ଦନ୍ତାହାତୀ। ଆନନ୍ଦପୁର ପୌରପରିଷଦର ତାଳ ଗାଁ ନିକଟରେ ହାତୀ ଉପଦ୍ରବ । ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିବା ପାଇଁ ରାତିତମାମ ବନବିଭାଗର ଉଦ୍ୟମ ଫେଲ ।

27

କନକ ବ୍ୟୁରୋ: ବୈତରଣୀ ନଦୀ ପାର ହୋଇ ଗାଁରେ ବୁଲୁଛନ୍ତି ଦନ୍ତାହାତୀ । ଆନନ୍ଦପୁର ପୌରପରିଷଦର ତାଳ ଗାଁ ନିକଟରେ ହାତୀ ବୁଲୁଛନ୍ତି । କଟକ ବନଖଣ୍ଡ ଅଧୀନ ଟମକା ଜଙ୍ଗଲରୁ ୨ଟି ଦନ୍ତା ହାତୀ ଗତକାଲି ଠାରୁ ଦେଓଗାଁ ରେଞ୍ଜର ବିଭିନ୍ନ ଗାଁ ବୁଲିବା ପରେ ଶନିତୋଟା ନିକଟରେ ଅନେକ ସମୟ ରହିଥିଲେ । ବନବିଭାଗ ସେମାନଙ୍କୁ ଟମକା ଜଙ୍ଗଲକୁ ଫେରାଇବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ରାତିରେ ସେମାନେ ଆନନ୍ଦପୁର ରେଞ୍ଜରେ ପ୍ରବେଶ କରି ବିଭିନ୍ନ ଗାଁରେ ପଶିଥିଲେ । ବୈତରଣୀ ନଦୀ ପାର ହୋଇ ଆନନ୍ଦପୁର ପୌରପରିଷଦ ପଦ୍ମପୁର ନିକଟରେ ରହିଥିଲେ । ରାତି ତମାମ ବନବିଭାଗ ସେମାନଙ୍କୁ ଟ୍ରାକ କରିବା ସହିତ ବିଭିନ୍ନ ଗାଁର କରେଣ୍ଟ କାଟି କିଭଳି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ହେବ ସେନେଇ ପ୍ରୟାସ ଜାରି ରଖିଥିଲେ ବି ହାତୀଙ୍କୁ ଘଉଡ଼ାଇବାକୁ ସଫଳ ହୋଇପାରୁନାହାନ୍ତି ବନବିଭାଗ କର୍ମଚାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe