କନକ ବ୍ୟୁରୋ : ଶୌଚ ହେବାକୁ ଯାଇଥିବା ବେଳେ ଦଳିଦେଲା ଦନ୍ତା ହାତୀ । ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ । ମୃତକ ହେଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ୍ ଯୋଡ଼ାପୋଖରୀ ଗାଁର ନରୋତ୍ତମ ମହାନ୍ତ । ନରୋତ୍ତମ ଆଜି ସକାଳୁ ପେlଖରୀକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ଗୋଟିଏ ଗୋଠଛଡ଼ା ଦନ୍ତା ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ନରୋତ୍ତମ ମହାନ୍ତଙ୍କର ମୣତ୍ୟୁ ହୋଇଥିଲା । 
 
ସେପଟେ ବାଲେଶ୍ବର ଜିଲ୍ଲା ନୀଳଗିରିରେ ଭାଲୁ ଆକ୍ରମଣରେ ମହିଳା ଗୁରୁତର । ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମହିଳାଙ୍କର ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗିଛି । ଶୌଚ ପାଇଁ ଯାଇ ଫେରିବା ସମୟରେ ହଠାତ ବିଲରେ ଭାଲୁଟି ଆକ୍ରମଣ କରିଥିଲା । ଆକ୍ରମଣରେ କନକ ସ୍ବାଇଁ ଗୁରୁତର ଆହତ ହୋଇଛନ୍ତି । ନୀଳଗିରି ଥାନା ଅଧୀନ କେରଟାପଡ଼ିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

Advertisment