ମାତିଲେ ଦନ୍ତା ; ବିଭିନ୍ନ ସ୍ଥାନରେ ଘଟଣାଉଛନ୍ତି ଆତଙ୍କ

ମାତିଲେ ଗଜରାଜ, ଦଳରୁ ବାଟବଣା ହୋଇ ଜନବସତି ମୁହାଁ। ଯୋଡ଼ାରେ ଦନ୍ତାହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ ସୂଚନା। ସେପଟେ କାମାକ୍ଷାନଗରରେ ହାତୀ ଆକ୍ରମଣରେ ଜଣେ ଆହତ । 

28tusker

କନକ ବ୍ୟୁରୋ: ରାତି ଅଧରେ ଦଳିଦେଲା ଦନ୍ତା, ଚମ୍ପୁଆ ରେଞ୍ଜ ବାଲି ବନ୍ଧ ସେକ୍ସନ ରେଭେନ୍ସାପୁର(ଖ) ଗ୍ରାମରେ ଏଭଳି ଅଘଟଣ ଘଟିଛି । ରଥ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଘରୁ ବାହାରକୁ ଆସିଥିବା ବେଳେ ଦନ୍ତା ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନାକୁ ବ୍ୟବଛେଦ୍ଦ ପାଇଁ ପଠାଇଛି । ନୁଣଗୋଠାଣି ଗାଁ ଜଙ୍ଗଲରେରେ ୩୨ ଟିକିଆ ହାତୀ ପଲ ବୁଲୁଥିବା ବେଳେ ଏଥିରୁ ଗୋଟିଏ ଦନ୍ତାହାତୀ ଜନବସତି ମୁହାଁ ହୋଇ ଆତଙ୍କ ଖେଳାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । 

ସେପଟେ କାମାକ୍ଷାନଗରରେ ମଧ୍ୟ ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ଆହତ ବ୍ୟକ୍ତିଙ୍କ ନାଁ ମହେଶ୍ଵର ବାରିକ। ହଠାତ ଜିରାଳ ଗାଁ ଭିତର ଦେଇ ବଜାରକୁ ପଶି ଆସିଥିଲେ ୨ଟି ଦନ୍ତାହାତୀ। ମହେଶ୍ବର ଏହି ଦୁଇ ଦନ୍ତାହାତୀଙ୍କ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି। ବନବିଭାଗ ଏହି ଘଟଣା ପ୍ରତି ଦୃଷ୍ଟି ଦେଇ ହାତୀ ଦୁଇଟିକୁ ତଡ଼ିବାକୁ ଦାବି କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe