ଗାଁରେ ପଶିଲା ଦନ୍ତା ହାତୀ, ଫସଲ ନଷ୍ଟ ସହ ଭାଙ୍ଗୁଛି ଘର, କନ୍ଧମାଳ ଘୁ. ଉଦୟଗିରି ସହରରେ ମାତିଛି ହାତୀ

ମେଳି ବନ୍ଧିବାର ଦୁଇ ଦିନ ହୋଇନି ପୁଣି କନ୍ଧମାଳ ଜିଲା ଘୁ.ଉଦୟଗିରି ସହରରେ ଥିବା ଧବଳେଶ୍ୱର ମନ୍ଦିର ପରିସରରେ ହାତୀ ଉପଦ୍ରବ କରିଛି । ଗଛପତ୍ର ଭାଙ୍ଗିବା ସହ ପାଚେରି ଭାଙ୍ଗି  ଦନ୍ତା ହାତୀଟି ଧବଳେଶର ମନ୍ଦିର ଠାରୁ ଚମ୍ପା ସାହି, କଚେରୀ ସାହି, ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଅଞ୍ଚଳ ଦେଇ ନିକଟସ୍ଥ ବିଲମାଳରେ ପଶି ଗାମୁଲି ଜଙ୍ଗଲକୁ ପଳେଇଯାଇଛି ।

39

କନକ ବ୍ୟୁରୋ :  ବୋଲ ମାନୁନି ହାତୀ । ବନ ବିଭାଗ କର୍ମଚାରୀ ହାତୀ ଘୋଡାଇବାରେ ଫେଲ ମାରିଥିବା ବେଳେ ଏନେଇ ୨୦ ଖଣ୍ଡ ଗାଁର ଲୋକ ମେଳି ବାନ୍ଧି ବନ୍ଦ ଡାକରା ଦେଇଥିଲେ। ମେଳି ବନ୍ଧିବାର ଦୁଇ ଦିନ ହୋଇନି ପୁଣି କନ୍ଧମାଳ ଜିଲା ଘୁ.ଉଦୟଗିରି ସହରରେ ଥିବା ଧବଳେଶ୍ୱର ମନ୍ଦିର ପରିସରରେ ହାତୀ ଉପଦ୍ରବ କରିଛି । ଗଛପତ୍ର ଭାଙ୍ଗିବା ସହ ପାଚେରି ଭାଙ୍ଗି  ଦନ୍ତା ହାତୀଟି ଧବଳେଶର ମନ୍ଦିର ଠାରୁ ଚମ୍ପା ସାହି, କଚେରୀ ସାହି, ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଅଞ୍ଚଳ ଦେଇ ନିକଟସ୍ଥ ବିଲମାଳରେ ପଶି ଗାମୁଲି ଜଙ୍ଗଲକୁ ପଳେଇଯାଇଛି। ପୂର୍ବରୁ ନିକଟବର୍ତ୍ତି ଗାଁ ଗୁଡ଼ିକରେ ଉପଦ୍ରବ କରି ୩ ଜଣଙ୍କୁ ଆକ୍ରମଣ କରିଥଲା । ଘରଦ୍ବାର ଭାଙ୍ଗିଦେଇଥିବା ଦେଖିବାକୁ ମିଳିଥିଲା । ରାତିରେ ହାତୀ ଗାଁରେ ପଶୁଥିବାରୁ ଲୋକମାନେ ଭୟଭୀତ ଅଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe