ଅଶାନ୍ତ ବାଣୀବହିହାର କ୍ୟାମ୍ପସ୍ ; ମେନ୍ ଗେଟରେ ତାଲା ପକାଇଲେ ଏବିଭିପି, ଛାତ୍ର କଂଗ୍ରେସ

ପୁଣୀ ଅଶାନ୍ତ ବାଣୀବିହାର କ୍ୟାମ୍ପସ୍ । ଜୟ ଭୀମ ଛାତ୍ର ସଂଗଠନ କର୍ମୀଙ୍କୁ ଗିରଫ ଦାବି । ମୁଖ୍ୟ ଫାଟକରେ ତାଲା ପକାଇ ଏବିଭିପି, ଛାତ୍ର କଂଗେସର ବିକ୍ଷୋଭ । ୮ ଛାତ୍ର ଆହତ । ଅଶାନ୍ତ ବାଣୀବିହାର କ୍ୟାମ୍ପସ୍

ଅଦ୍ୟତନ ହୋଇଛି
Vanibihar Campus*

Vanibihar Campus* Photograph: (KanakNews)

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା । ଜୟ ଭୀମ୍‌ ଛାତ୍ର ସଂଗଠନକୁ ବିରୋଧ କରି ସାମୂହିକ ଭାବେ ଏବିଭିପି, ଛାତ୍ର କଂଗେସ ଓ ଅନ୍ୟ ସମସ୍ତ ବାଣୀବିହାର ଛାତ୍ରମାନେ ବିକ୍ଷୋଭ କରିବା ସହ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି । ଘଟଣାସ୍ଥଳରେ ୪ ପ୍ଲାଟୁନ ପୋଲିସ ସହ ୨ ଜଣ ଏସିପି ଉପସ୍ଥିତ ଅଛନ୍ତି ।

ସୂଚନା ଅନୁସାରେ,  ଗତକାଲି ଜୟଭୀମ ସଂଗଠନ ତରଫରୁ କାର୍ଯ୍ୟକ୍ରମ ନେଇ ପ୍ରାକ୍ ପ୍ରସ୍ତୁତି ଚାଲିଥିବା ବେଳେ ସଂଗଠନର କିଛି ପିଲାଙ୍କର ବିଶ୍ଵବିଦ୍ୟାଳୟର ଛାତ୍ରଙ୍କ ସହ ବଚସା ହୋଇଥିଲା । ଯାହାର ଆପୋସ ସମାଧାନ ପାଇଁ ଆଜି ଛାତ୍ର ସଂଗଠନ ପଚରାଉଚରା କରିବା ବେଳେ ଗଣ୍ଡଗୋଳ ହୋଇଥିଲା । ଯେଉଁଥିରେ ଜଣେ ଛାତ୍ର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟ ୮ ଜଣ ମଧ୍ୟ ଆହତ ହୋଇଛନ୍ତି । ମାଡ଼ ମାରିଥିବା ଜୟଭୀମ କର୍ମୀଙ୍କ ଗିରଫଦାରି ଦାବି କରି ଛାତ୍ରଙ୍କ ବିକ୍ଷୋଭ ଜାରି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe