ତାରିଖ ଘୋଷଣା ହୋଇନି, ନୂଆପଡ଼ା ଜିତିବା ନେଇ ଦମ୍ଭୋକ୍ତି ଦେଖାଇଲେ ଟୁକୁନି

Advertisment

ନୂଆପଡ଼ା ଉପ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇନି, ହେଲେ ଏବେଠୁ କିନ୍ତୁ ଉପ ନିର୍ବାଚନ ରେଜଲ୍ଟ ନେଇ ବଡ଼ ବୟାନ ରଖିଛନ୍ତି ବିଜେଡି ନେତ୍ରୀ ଟୁକୁନି ସାହୁ । କହିଛନ୍ତି, ନିର୍ବାଚନ ଅଛି ବୋଲି ସରକାର ନୂଆପଡ଼ା ଯାଇ ବାହାବା ନେବେ ଭାବୁଛନ୍ତି । ହେଲେ ଲୋକ ଜାଣି ସାରିଲେଣି ଏ ମିଛୁଆ ସରକାର ମିଛ କଥା କହିବେ । ଏ କେବଳ କଥା କହିବେ କାମ କରିବେନି ।

ନୂଆପଡ଼ା ଉପ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇନି, ହେଲେ ଏବେଠୁ କିନ୍ତୁ ଉପ ନିର୍ବାଚନ ରେଜଲ୍ଟ ନେଇ ବଡ଼ ବୟାନ ରଖିଛନ୍ତି ବିଜେଡି ନେତ୍ରୀ ଟୁକୁନି ସାହୁ । କହିଛନ୍ତି, ନିର୍ବାଚନ ଅଛି ବୋଲି ସରକାର ନୂଆପଡ଼ା ଯାଇ ବାହାବା ନେବେ ଭାବୁଛନ୍ତି । ହେଲେ ଲୋକ ଜାଣି ସାରିଲେଣି ଏ ମିଛୁଆ ସରକାର ମିଛ କଥା କହିବେ । ଏ କେବଳ କଥା କହିବେ କାମ କରିବେନି ।

Tukuni Sahu

Tukuni Sahu

କନକ ବ୍ୟୁରୋ: ନୂଆପଡ଼ା ଉପ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇନି, ହେଲେ ଏବେଠୁ କିନ୍ତୁ ଉପ ନିର୍ବାଚନ ରେଜଲ୍ଟ ନେଇ ବଡ଼ ବୟାନ ରଖିଛନ୍ତି ବିଜେଡି ନେତ୍ରୀ ଟୁକୁନି ସାହୁ । କହିଛନ୍ତି, ନିର୍ବାଚନ ଅଛି ବୋଲି ସରକାର ନୂଆପଡ଼ା ଯାଇ ବାହାବା ନେବେ ଭାବୁଛନ୍ତି । ହେଲେ ଲୋକ ଜାଣି ସାରିଲେଣି ଏ ମିଛୁଆ ସରକାର ମିଛ କଥା କହିବେ । ଏ କେବଳ କଥା କହିବେ କାମ କରିବେନି ।

ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଶ୍ଚିମ ଓଡିଶା ଲୋକଙ୍କୁ ସରକାର ଭୁଆଁ ବୁଲେଇ ପାରିବେନି । ନୂଆପଡ଼ାରେ ବିଜେଡି ଜିତିବ । ନବୀନ ବାବୁ ଯାହାକୁ ପ୍ରାର୍ଥୀ କରିବେ ସେ ଜିତିବ । ଶଙ୍ଖ ଚିହ୍ନ ଲୋକପ୍ରିୟତା ସାଉଁଟିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଟୁକୁନି ସାହୁ   । ଏହାସହ ସେ ଏହାମଧ୍ୟ କହିଛନ୍ତି ଯେ, ନୂଆପଡ଼ାରେ ନବୀନ ବାବୁଙ୍କ ଲୋକପ୍ରିୟତା ରହିଛି । ନବୀନ ବାବୁ ଯାହାକୁ ଟିକେଟ ଦେବେ ଦଳ ମତ ନିର୍ବିଶେଷରେ ଏକ ହେଇକି ଆମେ କାମ କରିବୁ । ବିଜୁ ଜନତା ଦଳ ହାତ ମୁଠାକୁ ଟାଣ କରିବୁ । ଲୋକ ସରକାରୀ ଦଳକୁ ଭଲ ପାଉନାହାନ୍ତି । ପ୍ରତିଦିନ ସରକାର ସମାଲୋଚନର ଶିକାର ହେଉଛନ୍ତି । ଏବେ ଯାଏ କିଛି ନୂଆ କାମ କରିନାହାନ୍ତି । ଖାଲି ନୂଆପଡା ନୁହେଁ ପୁରା ଓଡିଶା ତାଙ୍କର ଦାୟିତ୍ୱ । ଓଡିଶା ପାଇଁ କାମ କରନ୍ତୁ, ଖାଲି ଘୋଷଣା କଲେ ହେବନି ବୋଲି କହିଛନ୍ତି ଟୁକୁନି ସାହୁ ।

ଜାଣିରଖିବା ଉଚିତ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ନୂଆପଡ଼ାବାସୀଙ୍କୁ ଦେଇଛନ୍ତି ବଡ଼ ଭେଟି । ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲା ପାଇଁ ଅନେକ ବିକାଶମୂଳକ କାର୍ଯ୍ୟର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ସହ ଶୁଭ ଉଦ୍‌ଘାଟନ କରିଛନ୍ତି ନୂଆପଡ଼ା ମିନି ଷ୍ଟାଡିୟମରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ତଥା ଶିଳାନ୍ୟାସ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe