ତୁହିନକାନ୍ତ ପାଣ୍ଡେ ହେଲେ ସେବି ମୁଖ୍ୟ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି

୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍ ଅଧିକାରୀ ଶ୍ରୀ ପାଣ୍ଡେ ଓଡ଼ିଶାରେ ସ୍ବାସ୍ଥ୍ୟ, ସାଧାରଣ ପ୍ରଶାସନ, ବାଣିଜ୍ୟିକ ଟିକସ, ପରିବହନ ଓ ଅର୍ଥ ବିଭାଗରେ କାର୍ଯ୍ୟ କରିଥିଲେ।

tuhinkanta

Photograph: (KanakNews )

କନକବ୍ୟୁରୋ : ୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍ ଅଧିକାରୀ ଶ୍ରୀ ପାଣ୍ଡେ ଓଡ଼ିଶାରେ ସ୍ବାସ୍ଥ୍ୟ, ସାଧାରଣ ପ୍ରଶାସନ, ବାଣିଜ୍ୟିକ ଟିକସ, ପରିବହନ ଓ ଅର୍ଥ ବିଭାଗରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ରାଜ୍ୟ ଅର୍ଥ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।  

ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ପୁଞ୍ଜି ବଜାରର ନିୟାମକ ସଂସ୍ଥା ‘ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ’ (ସେବି)ର ନୂଆ ଅଧ୍ୟକ୍ଷ ଭାବେ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି । ଏହି ପଦରେ ସେ ତିନି ବର୍ଷ କାର୍ଯ୍ୟ କରିବେ ।   ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି ।  ସେ ଓଡ଼ିଶା ରାଜ୍ୟ ଅର୍ଥ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ସେ ସମ୍ବଲପୁରର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ ମଧ୍ୟ ଥିଲେ। ପଞ୍ଜାବ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଓ ବ୍ରିଟେନ୍‌ର ବର୍ମିଙ୍ଗହାମ୍‌ ବିଶ୍ବବିଦ୍ୟାଳୟରୁ ଏମ୍‌ବିଏ ଶିକ୍ଷା ଗ୍ରହଣ କରିଥିବା ଶ୍ରୀ ପାଣ୍ଡେ ଉଭୟ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ପାଇଁ କାର୍ଯ୍ୟ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନରେ ଯୋଜନା କମିସନ ଓ କ୍ୟାବିନେଟ୍ ସେକ୍ରେଟାରିଏଟ୍‌ର  ଯୁଗ୍ମ ସଚିବ ଓ ବାଣିଜ୍ୟ ମନ୍ତ୍ରଣାଳୟର ଉପସଚିବ ଭାବେ କାର୍ଯ୍ୟ କରିଛନ୍ତି ।

ପୁଞ୍ଜି ପ୍ରତ୍ୟାହାର ଦାୟିତ୍ବରେ ଥିବା ‘ଦିପମ୍‌’ ବିଭାଗରେ ସେ କାର୍ଯ୍ୟ କରୁଥିବା ବେଳେ ଏୟାର ଇଣ୍ଡିଆର ଘରୋଇକରଣ, ଏଲ୍‌ଆଇସିର ଆଇପିଓ ଆଣିବା, ଓଡ଼ିଶାରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌  (ଏନ୍‌ଆଇଏନ୍‌ଏଲ୍‌) ରୁ ପୁଞ୍ଜି ପ୍ରତ୍ୟାହାର ଭଳି ଉପଲବ୍ଧି ହାସଲ କରିଥିଲେ। ସେ ସାଧାରଣ ଉଦ୍ୟୋଗ ଏବଂ କାର୍ମିକ ଓ  ତାଲିମ ବିଭାଗ ପାଇଁ ମଧ୍ୟ କାମ କରିଛନ୍ତି ।  ଜାତିସଂଘ ଶିଳ୍ପ ବିକାଶ ସଂଗଠନ (ୟୁଏନ୍‌ଆଇଡିଓ)ର ଆଞ୍ଚଳିକ କାର୍ଯ୍ୟାଳୟରେ ମଧ୍ୟ ସେ କିଛିଦିନ କାର୍ଯ୍ୟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe