ରୁଷରେ ଭୂମିକମ୍ପ, ୭ ଦଶମିକ ୮ ତୀବ୍ରତାର ଝଟକାରେ ଥରିଲା ରୁଷ

ମସ୍କୋର ପୂର୍ବ କାମଚଟକା ଉପଦ୍ୱୀପ ଅଞ୍ଚଳରେ ଭୂମିକମ୍ପ । ଦୋହଲିଲା ଘର, ଗାଡ଼ି, ଆସବାବପତ୍ର

ଭୂମିକମ୍ପରେ ଥରିଲା ରୁଷ

ଭୂମିକମ୍ପରେ ଥରିଲା ରୁଷ Photograph: (KanakNews)

 କନକ ବ୍ୟୁରୋ;  ରୁଷରେ ଶକ୍ତିଶାଳୀ ୭ ଦଶମିକ ୮ ତୀବ୍ରତାର ଭୂମିକମ୍ପ । ଏଥିରେ ଘର, ଅନ୍ୟ ଉଚ୍ଚ ନିର୍ମାଣ, ଆସବାବପତ୍ର, ପାର୍କିଂ ଓ ରାସ୍ତାରେ ଗାଡ଼ିସବୁ  ଦୋହଲି ଉଠିଥିଲା । ପରେ ଆଉ କେତେଥର ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏସବୁ ଛାତିଥରା ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି । ଏତେ ଶକ୍ତିଶାଳୀ ଭୂମିକମ୍ପ ଦେଖି ପ୍ରଥମେ ସୁନାମି ସତର୍କତା ଜାରି କରାଯାଇଥିଲା । ପରେ ସୁନାମି ସତର୍କତା ପ୍ରତ୍ୟାହାର କରି ନିଆଯାଇଛି । ତେବେ ଜୀବନ ହାନି ଓ ବିଶେଷ କ୍ଷୟକ୍ଷତିର  ସୂଚନା ମିଳିନାହିଁ ।  ମସ୍କୋର ପୂର୍ବ ଦିଗରେ୧୨୮ କିଲୋମିଟର ଦୂର କାମଚଟକା ଉପଦ୍ୱୀପ ଅଞ୍ଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଖିଲା ।

ଗତ ଜୁଲାଇ ମାସରେ ମଧ୍ୟ ଏହି ଅଞ୍ଚଳରେ ଭୂମିକମ୍ପ ହୋଇଥିଲା ଓ ସୁନାମି ଆସିବା ଫଳରେ ଗୋଟିଏ ଗାଁର କିଛି ଅଂଶ ସୁମୁଦ୍ରରେ  ଲୀନ ହୋଇଯାଇଥିଲା । ପୂର୍ବରୁ ଆଫିଗାନିସ୍ତାନ ଓ ତୁର୍କିରେ ଭୂମିକମ୍ପ ହୋଇ ବ୍ୟାପକ ଧନ ଜୀବନ ହାନି ହୋଇଥିବା ବେଳେ ରୁଷରେ ଭୂମିକମ୍ପ ନେଇ ଆଗୁଆ ସତର୍କତା ଓ ସୁଦୃଢ଼ ମୁକାବିଲା ବ୍ୟବସ୍ଥା ଥିବାରୁ କ୍ଷୟକ୍ଷତି ହୋଇ ନଥିବା କୁହାଯାଉଛି ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe