କନକ ବ୍ୟୁରୋ; ରୁଷରେ ଶକ୍ତିଶାଳୀ ୭ ଦଶମିକ ୮ ତୀବ୍ରତାର ଭୂମିକମ୍ପ । ଏଥିରେ ଘର, ଅନ୍ୟ ଉଚ୍ଚ ନିର୍ମାଣ, ଆସବାବପତ୍ର, ପାର୍କିଂ ଓ ରାସ୍ତାରେ ଗାଡ଼ିସବୁ ଦୋହଲି ଉଠିଥିଲା । ପରେ ଆଉ କେତେଥର ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏସବୁ ଛାତିଥରା ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି । ଏତେ ଶକ୍ତିଶାଳୀ ଭୂମିକମ୍ପ ଦେଖି ପ୍ରଥମେ ସୁନାମି ସତର୍କତା ଜାରି କରାଯାଇଥିଲା । ପରେ ସୁନାମି ସତର୍କତା ପ୍ରତ୍ୟାହାର କରି ନିଆଯାଇଛି । ତେବେ ଜୀବନ ହାନି ଓ ବିଶେଷ କ୍ଷୟକ୍ଷତିର ସୂଚନା ମିଳିନାହିଁ । ମସ୍କୋର ପୂର୍ବ ଦିଗରେ୧୨୮ କିଲୋମିଟର ଦୂର କାମଚଟକା ଉପଦ୍ୱୀପ ଅଞ୍ଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଖିଲା ।
ଗତ ଜୁଲାଇ ମାସରେ ମଧ୍ୟ ଏହି ଅଞ୍ଚଳରେ ଭୂମିକମ୍ପ ହୋଇଥିଲା ଓ ସୁନାମି ଆସିବା ଫଳରେ ଗୋଟିଏ ଗାଁର କିଛି ଅଂଶ ସୁମୁଦ୍ରରେ ଲୀନ ହୋଇଯାଇଥିଲା । ପୂର୍ବରୁ ଆଫିଗାନିସ୍ତାନ ଓ ତୁର୍କିରେ ଭୂମିକମ୍ପ ହୋଇ ବ୍ୟାପକ ଧନ ଜୀବନ ହାନି ହୋଇଥିବା ବେଳେ ରୁଷରେ ଭୂମିକମ୍ପ ନେଇ ଆଗୁଆ ସତର୍କତା ଓ ସୁଦୃଢ଼ ମୁକାବିଲା ବ୍ୟବସ୍ଥା ଥିବାରୁ କ୍ଷୟକ୍ଷତି ହୋଇ ନଥିବା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/19/81-2025-09-19-15-34-04.jpg)