କନକ ବ୍ୟୁରୋ : ଋଷରେ ସକାଳୁ ସକାଳୁ ବଡ଼ ଧରଣର ଭୂମିକମ୍ପ । ଭୂକମ୍ପରେ ଥରିଲା ଋଷର ପୂର୍ବ ଅଞ୍ଚଳ କାମଚଟକା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୮ ଦଶମିକ ୮ ରହିଛି । ଭାରତୀୟ ସମୟ ଭୋର ୪ଟା ୫୪ରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଋଷର ୨୪ ଘଣ୍ଟାରେ ୨ ଶହ ଥର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଭୂମିକମ୍ପ ପରେ ଋଷ, ଜାପାନ ଓ ଆମେରିକାରେ ସୁନାମୀ ଆଲର୍ଟ ଜାରି କରାଯାଇଛି ।
ସମୁଦ୍ରରେ ତିନି ଫୁଟ ଉଚ୍ଚର ଜୁଆର ଉଠିବା ସମ୍ଭାବନା ରହିଛି । ଯାହା ଦ୍ବାରା ଅନେକ ଅଞ୍ଚଳ ପ୍ରଭାବିତ ହେବା ଆଶଙ୍କା ରହିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଅପିଲ କରାଯାଇଛି । ୧୯୫୨ ମସିହା ପରେ ଋଷର କାମଚଟକାରେ ଏପରି ଶକ୍ତିଶାଳୀ ଭୂମିକମ୍ପ ଦେଖିବାକୁ ମିଳିଛି । ଜାପାନର ପ୍ରଧାନମନ୍ତ୍ରୀଙ୍କୁ ସ୍ଥିତି ନେଇ ଅବଗତ କରାଯାଇଛି । ସରକାରଙ୍କ ପକ୍ଷରୁ ଜରୁରୀକାଳୀନ ବୈଠକ ଡକାଯାଇଛି । ଉଦ୍ଧାରକାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ପ୍ରସ୍ତୁତି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/30/eartquick-2025-07-30-08-23-54.jpg)