କନକ ବ୍ୟୁରୋ : ଦୀର୍ଘ ଅଢ଼େଇ ମାସ ହେଲାଣି ମଝିଆ ପୁଅର କୌଣସି ପତ୍ତା ମିଳୁନାହିଁ । ପୁଅକୁ ଖୋଜିବା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ବାପା ବଳ ଜାନି । କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ମେଡ଼ିପୁଟ ଗାଁର ସୋମନାଥ ଜାନି । ଗତ ମେ’ ମାସ ୨୫ ତାରିଖରେ କେହି ତାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା ବଳ ଜାନି । ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ଗାଁର କିଛି ଲୋକ ମିଶି ପୁଅକୁ ଅପହରଣ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ସେ ଏନେଇ କୋରାପୁଟ ଏସ୍ପିଙ୍କୁ ମଧ୍ୟ ଜଣାଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପୁଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ପୁଅର ପତ୍ତା ମିଳୁନଥିବାରୁ ଆଶା ଓ ଆଶଙ୍କାରେ ବାପା ।
ଘରର ମୁରବି ନଥିବାରୁ ଘର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି । ପିଲାଙ୍କୁ ବୁଝାଇ ତାଙ୍କ ପାଇଁ ଦାନା ଯୋଗାଡ଼ କରିବା କାଠିକର ପାଠ ହୋଇଛି । ଏପରି ପରିସ୍ଥିତିରେ ପୁଲିସ ପ୍ରଶାସନ ଉପରେ ଭରସା ତୁଟିଯାଉଛି । ତେଣୁ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ବ ଦେଇ ପୁଅକୁ ଖୋଜି ଆଣିବାକୁ ଅନୁରୋଧ କରିଛନ୍ତି ପରିବାର ଲୋକ । ସେପଟେ ନନ୍ଦପୁର ଥାନା ଅଧିକାରୀ ମମତା ପଣ୍ଡା କହିଛନ୍ତି, ନିଖୋଜ ମାମଲା ରୁଜୁ ହୋଇଛି। ରାୟଗଡ଼ାର ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି ଚାଲିଛି। ନିଖୋଜ ବ୍ୟକ୍ତିଙ୍କ ଫୋନ ସ୍ବିଚ୍ଡ ଅଫ୍ ଥିବାରୁ ସିଡିଆର୍ ଯାଞ୍ଚ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/07/26/29-2025-07-26-18-18-25.jpg)