କନକ ବ୍ୟୁରୋ: କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଂଜୟ ରୟର ପଲିଗ୍ରାଫ୍ ଟେଷ୍ଟ କରାଯାଇଥିବା ବେଳେ ଏବେ ସତ ସାମ୍ନାକୁ ଆସିବାର ସମ୍ଭାବନା ରହିଛି। ସେପେଟେ ଆରଜି କର ହସ୍ପିଟାଲ ଓ କଲେଜର ପୂର୍ବତନ ପ୍ରିନ୍ସିପାଲଙ୍କ ଘରେ ଚଢ଼ାଉ ହୋଇଛି। ଏସବୁ ଭିତରେ ମହିଳାଙ୍କ ବିରୋଧରେ ଅପରାଧକୁ ବରଦାସ୍ତ କରାଯିବନି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କଡ଼ାଚେତାବନୀ ଦେଇଛନ୍ତି।
କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଂଜୟ ରୟର ପଲିଗ୍ରାଫ ଟେଷ୍ଟ କରାଯାଇଛି । ସିବିଆଇର ଏକ ଟିମର ଉପସ୍ଥିତିରେ ସଂଜୟର ମିଛଧରା ପରୀକ୍ଷା କରାଯାଇଛି। ଅଧିକାରୀମାନେ ଏହି ମୁଖ୍ୟ ଅଭିଯୁକ୍ତକୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଛନ୍ତି। ସଂଜୟ ଥିବା କୋଲକାତାର ପ୍ରେସିଡେନ୍ସି ଜେଲ କୋଠରୀରେ ଏହି ମିଛ ଧରା ପରୀକ୍ଷା କରାଯାଇଛି। ଶନିବାର ଆରଜି କଲେଜ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ, ୪ ଡାକ୍ତର, ଜଣେ ଭଲ୍ୟୁଟରଙ୍କ ପଲିଗ୍ରାଫ କରାଯାଇଥିଲା। ତେବେ ସଂଜୟର ପରୀକ୍ଷା କରାଯାଇପାରି ନଥିଲା।
ସେପଟେ ଆରଜି କର ହସ୍ପିଟାଲ ଓ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଠୁ ସତ ଉଗାଳିବାକୁ ତଦନ୍ତକୁ ତ୍ବରାନତ୍ବ କରିଛି ସିବିଆଇ । ସିବିଆଇ ସହ ଆଂଟି କରପସନ ବ୍ୟୁରୋ ମଧ୍ୟ ସନ୍ଦୀପର ଘର ଓ ଅନ୍ୟାନ୍ୟ ଠିକଣାରେ ଚଢ଼ାଉ କରିଛି। ପରିଚାଳନାରେ ଆର୍ଥିକ ଅନିୟମତତା ନେଇ ସନ୍ଦୀପଙ୍କ ବିରୋଧରେ ଅଭିଯୋଗ ଆସିଛି। ସନ୍ଦୀପଙ୍କ ସହ ଆରଜି କଲେଜର ଫୋରନେସିକ ମେଡିସିନ ପ୍ରଫେସର ଡକ୍ଟର ଦେବାଶିଷ ସୋମଙ୍କ ଠିକଣାରେ ମଧ୍ୟ ଚଢ଼ା ହୋଇଛି।
ପ୍ରଧାନମନ୍ତ୍ରୀଙ୍କ କଡ଼ା ଚେତାବନୀ
ମହିଳାଙ୍କ ବିରୋଧରେ ଅପରାଧକୁ କରାଯିବନି ବରଦାସ୍ତ
କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା ନେଇ ଦେଶରେ ହଇଚଇ ଓ ଆକ୍ରୋଶ ବଢ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ମୋଦୀ କହିଛନ୍ତି ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧକୁ ବରଦାସ୍ତ କରାଯିବନି । ମହିଳାଙ୍କ ସୁରକ୍ଷା ଓ ମର୍ୟ୍ୟାଦା ବଜାୟ ରଖିବା ସମାଜ ଓ ସରକାରଙ୍କ କର୍ତ୍ତବ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ତିନି ସପ୍ତାହ ଭିତରେ ରିପୋର୍ଟ ଦେବାକୁ ସିବିଆଇକୁ କୁହାଯାଇଛି। ସେପ୍ଟେମ୍ବର ୧୭ ସୁଦ୍ଧା ଏହି ରିପୋର୍ଟ ଦେବାକୁ ହେବ। ଅଗଷ୍ଟ ୯ରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ମୃତଦେହ ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ସେମିନାର ହଲରୁ ଉଦ୍ଧାର ହୋଇଥିଲା।
Follow Us