କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କର ଖୋଲୁଛି ଦୁର୍ନୀତି ପେଡ଼ି । କେମିତି ଏବଂ କେଉଁ ଅସତ୍ ଉପାୟରେ ରୋଜଗାର କରୁଥିଲେ ଏତେ ଟଙ୍କା, ତାର ତଥ୍ୟ ଧୀରେ ଧୀରେ ସାମ୍ନାକୁ ଆସୁଛି । ପ୍ରକଳ୍ପ ଉପନିର୍ଦ୍ଦେଶକ ତାଙ୍କର ଅନ୍ୟ ସହ କର୍ମଚାରୀଙ୍କ ସହ ମିଶି ଯୋଜନାବଦ୍ଧ ଭାବେ ସରକାରୀ ଅର୍ଥକୁ ଆତ୍ମସାତ କରୁଥିଲେ । ଶ୍ରମିକ ମାନଙ୍କ ନାଁରେ ଚଳୁ କରିଛନ୍ତି କୋଟି କୋଟି ଟଙ୍କା।
ଭିଜିଲାନ୍ସ ତଦନ୍ତ ବେଳେ ତାଙ୍କ ସହକର୍ମୀ ଡିଇଓ ବିଶ୍ବଜିତ ସାହୁ ଏବଂ ଅନ୍ୟ ଜଣେ କର୍ମଚାରୀ ଅମିୟକାନ୍ତ ସାହୁଙ୍କ ନିକଟରୁ ମିଳିଛି ଶ୍ରମିକ ମାନଙ୍କର ପୁଳାପୁଳା ପାସବୁକ । ଲେବର ମାନଙ୍କର ବ୍ୟାଙ୍କ ଆକାଉଣ୍ଟ ପରିଚାଳିତ କରୁଥିଲେ ଏହି ୩ ଜଣ ସରକାରୀ ଅଧିକାରୀ । ବିଭିନ୍ନ ପ୍ରକଳ୍ପରେ କାମ ହୋଇ ନଥିଲେ ମଧ୍ୟ କାମ ହୋଇଯାଇଥିବା ଦେଖାଇ ଏହି ଆକାଉଣ୍ଟ ମଧ୍ୟମରେ ସରକାରୀ ଅର୍ଥ ହଡ଼ପ କରୁଥିଲେ ଏବଂ ନିଜ ନିଜ ଭିତରେ ଟଙ୍କା ବାଣ୍ଟୁଥିଲେ । ସେପଟେ କଣ୍ଟ୍ରାକ୍ଟର ମାନଙ୍କଠୁ ଲାଞ୍ଚ ଟଙ୍କା ନେବା ପାଇଁ ଗଞ୍ଜାମ ଜିଲ୍ଲାର ଜଣେ ଜନସେବା କେନ୍ଦ୍ର ମାଲିକ ଅଲେଖ ପ୍ରଧାନଙ୍କୁ ରଖାଯାଇଥିଲା ବୋଲି ଭିଜିଲାନ୍ସ ଜାଣିବାକୁ ପାଇଛି । ଅନଲାଇନ ମାଧ୍ୟମରେ କଣ୍ଟ୍ରାକ୍ଟର ମାନଙ୍କଠୁ ଲାଞ୍ଚ ନେଉଥିବା ପ୍ରମାଣ ପାଇଛି ଭିଜିଲାନ୍ସ ।
ବିଭିନ୍ନ ପ୍ରକଳ୍ପ ନାଁରେ କିଭଳି ଟଙ୍କା ହରିଲୁଟ୍ କରୁଥିଲେ, ତାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରିଛି ଭିଜିଲାନ୍ସ । ଗତକାଲି ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘର ରେଡ୍ ବେଳେ ପାଖାପାଖି ୨ କୋଟି ନଗଦ ଟଙ୍କା ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/06/4FQvxUv1Gyxb1eYmJAwP.jpg)