କନକ ବ୍ୟୁରୋ : ନିକଟରେ ଏୟାର୍ ଇଣ୍ଡିଆ ବିମାନରେ ୧୧ ଏ ସିଟକୁ ନେଇ ଝଗଡ଼ା ହେଉଥିବାର ଏକ ଭିଡ଼ିଓ ଭାଇରାଲ୍ ହେଉଛି । ଏହି ଭିଡ଼ିଓରେ କ୍ୟାପ୍ସନ୍ ଦିଆଯାଇଛି ଯେ ୧୧ ଏ ଲକି ସିଟ୍ ପାଇଁ ଯାତ୍ରୀ ପରସ୍ପର ମଧ୍ୟରେ ଝଗଡ଼ା କରୁଛନ୍ତି । ଅହମଦାବାଦ ଏୟାର୍ କ୍ରାଶରେ ଲକି ସିଟରେ ବସିଥିବା ଯାତ୍ରୀଙ୍କ ଜୀବନ ବଞ୍ଚିଯିବା ପରେ ଏହି ଭିଡ଼ିଓଟିକୁ ସେୟାର୍ କରାଯାଇଛି । ସୂଚନାନୁସାରେ ବିମାନ ଦୁର୍ଘଟଣା ପରେ ଏହି ସିଟର ଚାହିଦା ବଢ଼ିଯାଇଛି । କିନ୍ତୁ ଭାଇରାଲ୍ ଭିଡ଼ିଓର ଏହି କ୍ଲିପକୁ ଯାଞ୍ଚ୍ କରିବା ପରେ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ଭାଇରାଲ୍ ଭିଡ଼ିଓ ହେଉଛି ଏକ ସ୍କ୍ରିପ୍ଟେଡ୍ ଭିଡ଼ିଓ । ଯାହାକୁ ଇନଷ୍ଟା ପେଜରେ କେବଳ ମନୋରଞ୍ଜନ ଉଦ୍ଦେଶ୍ୟ ପାଇଁ ହିଁ ପ୍ରସ୍ତୁତ କରାଯାଇଛି ।
A fight breaks out on Air India flight with multiple passengers wanting to sit on Seat 11 A.
— tic toc (@TicTocTick) June 18, 2025
This is the lucky seat where the lone surviving passenger sat on an ill fated Air India flight where 250 perished.
pic.twitter.com/R7KeS2dm4o
ଏହି ଭିଡ଼ିଓରେ କିଛି ଯାତ୍ରୀ ମରାଠି ଭାଷାରେ ଝଗଡ଼ା କରୁଥିବାର ନଜର ଆସୁଛନ୍ତି । ଫ୍ଲାଇଟ୍ ଆଟେଣ୍ଡାନ୍ସ ଯାତ୍ରୀଙ୍କ ଝଗଡ଼ା ରୋକିବାକୁ ଚେଷ୍ଟା କରୁଛନ୍ତି । ଭିଡ଼ିଓରେ କ୍ୟାପ୍ସନ୍ ଦିଆଯାଇଛି ଯେ ସିଟ୍ ନମ୍ବର ୧୧ ଏ ପାଇଁ ଏହି ଝଗଡ଼ା ହେଉଛି । କିନ୍ତୁ ବାସ୍ତବରେ ଏହା ଅନ୍ୟ ଏକ ଭିଡ଼ିଓର କେବଳ ଏକ ଏଡିଟେଡ୍ ଛୋଟ କ୍ଲିପ୍ । ୪ ଦିନ ତଳେ @flyhighinstitutenagpur ପ୍ରୋଫାଇଲରେ ଏହି ଭିଡିଓ ସେୟାର୍ କରାଯାଇଥିଲା ।