କନକ ବ୍ୟୁରୋ : ଟ୍ରମ୍ପଙ୍କ କଥା ଓ କାମରେ ରହୁନି ତାଳମେଳ । ଚୀନରୁ ଆସୁଥିବା ଲାପଟପ, ମୋବାଇଲ ଉପରେ ଟାରିଫ ସ୍ଥଗିତ । ଏସବୁ ସମାଗ୍ରୀ ଉପରେ ଉପରେ ୧୪୫ ପ୍ରତିଶତ ଟାରିଫ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଟ୍ରମ୍ପ । ଆମେରିକାର ଗ୍ରାହକଙ୍କ ପାଇଁ ଶୁଳ୍କ ସ୍ଥଗିତ ନେଇ ସୂଚନା । କେବଳ ଚୀନ ନୁହେଁ ମୋବାଇଲ, ଲାପଟପ୍ ଓ ଅନ୍ୟ ଇଲେକଟ୍ରୋନିକ୍ସ ଉତ୍ପାଦନ ଉପରେ ଲାଗୁହେବନି ଅରିକ୍ତ ଟାରିଫ୍।  ଟାରିଫ ଯୁଦ୍ଧ ଆରମ୍ଭ କରିବା ପରେ ଧୀରେ ଧୀରେ ନରମ ଆଭିମୁଖ୍ୟ ଆପଣେଇବାରେ ଲାଗିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ।

Advertisment

ପ୍ରଥମେ ୯୦ ଦିନ ପାଇଁ ଅତିରିକ୍ତ ଟାରିଫ ଉପରେ ରୋକ ଲଗାଇଲେ । ଏବେ ଆଉ ଏକ ନିଷ୍ପତ୍ତି ନେଇଛନ୍ତି । ଅବଶ୍ୟ ଏହି ୯୦ ଦିନ ଭିତରେ ଚୀନକୁ ଛାଡ଼ି ଅନ୍ୟ ଦେଶ ଗୁଡ଼ିକ ଉପରେ ଆମେରିକା ୧୦% ଅତିରିକ୍ତ ଟାରିଫ୍ ଲଗାଇଛି । ଚୀନ୍ ଉପରେ ଆମେରିକା ୧୪୫ ପ୍ରତିଶତ ଲାଗୁ କରିଛି । ହେଲେ ଏବେ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ସ୍ମାର୍ଟଫୋନ୍, କମ୍ପ୍ୟୁଟର ଓ ଇଲେକଟ୍ରୋନିକ୍ସ ସାମଗ୍ରୀ ଉପରେ ଅତିରିକ୍ତ ଟାରିଫ୍ ଲାଗିବ ନାହିଁ। ଚୀନ୍ ପ୍ରତି ମଧ୍ୟ ଏହା ପ୍ରଯୁଜ୍ୟ । ଉଭୟ ୧୦ ପ୍ରତିଶତ ଟାରିଫ୍ ଲାଗିଥିବା ଦେଶ ଓ ଚୀନ୍ ଏହାର ଲାଭ ପାଇବେ । ବଡ଼ କଥା ହେଲା ସ୍ମାର୍ଟଫୋନ୍, କମ୍ପ୍ୟୁଟର ଓ ଇଲେକଟ୍ରୋନିକ୍ସ ଭଳି ଯେଉଁ ଦ୍ରବ୍ୟ ଗୁଡ଼ିକ ଉପରେ ଟ୍ରମ୍ପ ଅତିରିକ୍ତ ଟାରିଫ୍ ଲଗାଇବେ ନାହିଁ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି, ସେସବୁ ଆମେରିକାରେ ଉତ୍ପାଦନ ହେଉ ନାହିଁ, କିମ୍ବା ଖୁବ୍ କମ୍ ମାତ୍ରାରେ ଉତ୍ପାଦନ ହେଉଛି ।