କନକ ବ୍ୟୁରୋ : ମହଙ୍ଗା ହେଲା ଭିସା ।  ଟାରିଫ୍ ଯୁଦ୍ଧ ମଧ୍ୟରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ଏଚ୍-୧ବି ଭିସା ନିୟମ ପରିବର୍ତ୍ତନ କରାଯାଇଛି  ।  ନୂଆ ନିୟମ ଅନୁଯାୟୀ, ଏବେ କିଛି ଏଚ୍-୧ ବି ଭିସାଧାରୀ ଆଉ ଅଣ-ପ୍ରବାସୀ ଶ୍ରମିକ ଭାବରେ ସିଧାସଳଖ ଆମେରିକାରେ ପ୍ରବେଶ କରିପାରିବେ ନାହିଁ। ଏଥିପାଇଁ ସେମାନଙ୍କୁ ନୂତନ ଆବେଦନ ସହିତ ୧ ଲକ୍ଷ ଡଲାର କିମ୍ବା ଭାରତୀୟ ମୁଦ୍ରାରେ ୮୮ଲକ୍ଷ ଟଙ୍କାରୁ ଅଧିକ ଫି’ ଦେବାକୁ ପଡ଼ିବ ।

Advertisment

୮୮ ଲକ୍ଷ ଟଙ୍କାର ନୂତନ ଫି’ କମ୍ପାନିଗୁଡ଼ିକ ପାଇଁ ଖର୍ଚ୍ଚକୁ ଯଥେଷ୍ଟ ବୃଦ୍ଧି କରିପାରେ। ଏହି ନିଷ୍ପତ୍ତି ବଡ଼ ଟେକମନିକାଲ କମ୍ପାନିଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରିବ ନାହିଁ । କାରଣ ସେମାନେ ଶୀର୍ଷ ବୃତ୍ତିଧାରୀମାନଙ୍କ ଉପରେ ଅଧିକ ଖର୍ଚ୍ଚ କରିବା ଜାରି ରଖିଛନ୍ତି। ଏହି ନିୟମ ଦ୍ବାରା ଛୋଟ ଟେକ୍ନିକାଲ ଫାର୍ମ ଏବଂ ଷ୍ଟାର୍ଟଅପ୍ ଉପରେ ଚାପ ପଡ଼ିବ ବୋଲି କୁହାଯାଉଛି ।