କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି ଯେ ଗ୍ରିନଲାଣ୍ଡକୁ ଆମେ ସମ୍ପୂର୍ଣ୍ଣ ଦଖଲକୁ ନେବୁ। ଆମେରିକାର ଗୋଲ୍ଡେନ ଡୋମ୍ ବାୟୁ ଏବଂ କ୍ଷେପଣାସ୍ତ୍ର ବ୍ୟବସ୍ଥା ପାଇଁ ଗ୍ରିନଲାଣ୍ଡର ସମ୍ପୂର୍ଣ୍ଣ ଦଖଲ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସୋସିଆଲ ମିଡିଆରେ ଟ୍ରମ୍ପ ଲେଖିଛନ୍ତି, ‘ ଜାତୀୟ ସୁରକ୍ଷା ପାଇଁ ଆମେରିକାର ଗ୍ରିନଲାଣ୍ଡ ଆବଶ୍ୟକ। ଆମେ ନିର୍ମାଣ କରୁଥିବା ଗୋଲ୍ଡେନ ଡୋମ୍ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ।
ଅଧିକ ପଢ଼ନ୍ତୁ : "ଶୀଘ୍ର" ପୋଷ୍ଟକୁ ନେଇ ହଲଚଲ: ଟ୍ରମ୍ପ ଇରାନ ଉପରେ ଆକ୍ରମଣର ସଙ୍କେତ ଦେଇଥିବା ନେଇ ଚର୍ଚ୍ଚା
ଡେନମାର୍କଠାରୁ ଗ୍ରିନଲାଣ୍ଡ୍କୁ ଦଖଲ କରିବାକୁ ପ୍ରତିଜ୍ଞା କରିଥିବା ଟ୍ରମ୍ପ କହିଛନ୍ତି, ଗ୍ରିନଲାଣ୍ଡ ଆମେରିକା ହାତରେ ରହିଲେ ହିଁ ନାଟୋ ଅଧିକ ଶକ୍ତିଶାଳୀ ଏବଂ ଅପରାଜେୟ ରହିବ। ଏହାଠାରୁ କିଛି କମ୍ ଗ୍ରହଣୀୟ ନୁହେଁ। ଆଜି ଡେନମାର୍କ ଏବଂ ଗ୍ରିନଲାଣ୍ଡ କୂଟନୀତିଜ୍ଞମାନେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ବିଦେଶ ସଚିବ ମାର୍କୋ ରୁବିଓଙ୍କ ସହ ଗ୍ରିନଲାଣ୍ଡ ପ୍ରସଙ୍ଗରେ ଆଲୋଚନା ପାଇଁ ହ୍ବାଇଟ୍ ହାଉସ୍ ଯାଇଥିବାବେଳେ ଟ୍ରମ୍ପଙ୍କର ଏହି ପୋଷ୍ଟ ଆସିଛି। ଅନପେକ୍ଷେ ଏହି ବୈଠକ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଡେନମାର୍କ ପ୍ରତିରକ୍ଷା ମନ୍ତ୍ରୀ ଲଣ୍ଡ ପୋଲସେନ କହିଛନ୍ତି, ଡେନମାର୍କ ସେଠାରେ ସାମରିକ ଉପସ୍ଥିତି ସୁଦୃଢ଼ କରିଛି ଏବଂ ନାଟୋ ଉପସ୍ଥିତି ବୃଦ୍ଧି କରିବାପାଇଁ ସହଯୋଗୀମାନଙ୍କ ସହ କଥାବାର୍ତ୍ତା ଜାରି ରଖିଛି। ଟ୍ରମ୍ପ କହିଛନ୍ତି, ବହୁ ସ୍ତରୀୟ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ନିର୍ମାଣ କରିବାରେ ନାଟୋ ନେତୃତ୍ବ ନେବା ଉଚିତ। ଯଦି ଆମେ ଏହା ନକରିବା ତେବେ ରୁଷ୍ ଏବଂ ଚୀନ୍ କରିବେ ଯେଉଁମାନଙ୍କୁ ଏହି ସୁଯୋଗ ପ୍ରଦାନ କରାଯିବନି।
Follow Us