କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ବଡ଼ ତ୍ରୁଟିର ଏକ ମାମଲା ସାମ୍ନାକୁ ଆସିଛି । ଘଟଣା ନ୍ୟୁ ଜର୍ସିର, ଯେଉଁଠାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପତ୍ନୀ ତଥା ଫାଷ୍ଟଲେଡି ମେଲାନିଆଙ୍କ ସହ ଛୁଟି କାଟିବାକୁ ଆସିଥିଲେ । ଏହି ସମୟରେ ଗଲ୍ଡକୋର୍ଟ ଉପର ଦେଇ ଏକ ଅଜଣା ବିମାନ ଉଡ଼ି ବୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ତୁରନ୍ତ ଏଫ୍ ୧୬ ଯୁଦ୍ଧ ବିମାନ ଏହି ଅଜଣା ବିମାନକୁ ପିଛା କରିବା ସହ ଏହାକୁ ସୁରକ୍ଷା ବାୟୁସୀମାରୁ ତଡ଼ି ଦେଇଥିଲା ।
ଉତ୍ତର ଆମେରିକୀୟ ଏରୋସ୍ପେସ୍ ପ୍ରତିରକ୍ଷା କମାଣ୍ଡ NORAD ଏହି ବିମାନକୁ ତଡ଼ି ଦେଇଥିବା ସୂଚନା ମିଳିଛି । ହ୍ବାଇଟହାଉସ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦେଉଥିବା ଲଢ଼ୁଆ ବିମାନ ଏହି ଅଜଣା ବିମାନକୁ ଦେଖିବା ପରେ ଆଲର୍ଟ ଜାରି କରିଥିଲା ।