କନକ ବ୍ୟୁରୋ ; ଆମେରିକାରେ ରହୁଥିବା ଏବଂ କାମ କରୁଥିବା ଭାରତୀୟ ଏବେ ଚିନ୍ତାରେ । ଘରକୁ ଟଙ୍କା ପଠାଇବା ଉପରେ ଆମେରିକାର ହସ୍ତକ୍ଷେପ, ରେମିଟାନ୍ସ ଉପରେ ୫ପ୍ରତିଶତ ଟ୍ୟାକ୍ସ ।  ମେ ୧୨ ରେ ହ୍ୱାଇଟ୍ ହାଉସରେ ଟ୍ରମ୍ପ ସରକାର ଏଭଳି ବିଲର ପ୍ରସ୍ତାବ  ଦେଇଛନ୍ତି ।  ଏହି ବିଲ୍ ନେଇ ମେ ୧୯ରେ ଆମେରିକା ପ୍ରତିନିଧୀ ସଭାରେ ନିର୍ବାଚନ  ହୋଇଥିଲା ।

Advertisment

ଏନ୍-ଆର୍-ଆଇ (ଅଣ ଆବାସିକ ଭାରତୀୟ ) ଦ୍ୱାରା ହେଉଥିବା ସମସ୍ତ ଅନ୍ତର୍ଜାତୀୟ ଟଙ୍କା ସ୍ଥାନାନ୍ତରଣ ଉପରେ ୫ ପ୍ରତିଶତ ଟ୍ୟାକ୍ସ ଲାଗିପାରେ । ଯାହା ଆମେରିକାରେ ରହୁଥିବା ଭାରତୀୟଙ୍କୁ ପ୍ରଭାବିତ କରିବ । ଉଭୟ ଅଣ-ପ୍ରବାସୀ ଓ ଗ୍ରିନ କାର୍ଡ଼ ହିତାଧିକାରୀ ମଧ୍ୟ ପ୍ରଭାବିତ ହେବେ । ଏହା ଉପରେ ଏପର୍ଯ୍ୟନ୍ତ  କୌଣସି ଛାଡ ସୀମା ଉଲ୍ଲେଖ ହୋଇନି, ତେଣୁ ଛୋଟ ମାତ୍ରାରେ ହେଉଥିବା ଟଙ୍କା ସ୍ଥାନାନ୍ତରଣରେ ବି ଲାଗିବ । ଆମେରିକାର ନାଗରିକତ୍ୱ ଥିଲେ ଏହି ଟ୍ୟାକ୍ସ ଦେବାକୁ ପଡିବନି ।  ଯେଉଁ କମ୍ପାନି ଦ୍ୱାରା ଟଙ୍କା ସ୍ଥାନାନ୍ତରଣ ହେବ ସେ ଟ୍ୟାକ୍ସ  ସଂଗ୍ରହ କରିବ ଓ ଆମେରିକାଙ୍କୁ ୩ ମାସର ଟ୍ୟାକ୍ସ ରିପୋର୍ଟ ଦେବାକୁ ବାଧ୍ୟ ।

ଆରବିଆଇ କହିଛି ଏହା ଦ୍ୱାରା ୫୨ଲକ୍ଷ ଭାରତୀୟ ଆର୍ଥକ ଭାବେ ପ୍ରଭାବିତ ହେବେ ।  ଗତ ମାର୍ଚ୍ଚରେ ଭାରତୀୟ ରିଜର୍ଭ ବ୍ୟାଙ୍କର ରେମିଟାନ୍ସ ସର୍ଭେରୁ ଜଣାପଡ଼ିଛି ୨୦୨୩-୨୪ରେ ମୋଟ ୧୧୮.୭ ବିଲିୟନ ଡଲାର ବୈଦେଶିକ ମୁଦ୍ରାର ସ୍ଥାନାନ୍ତରଣ ହୋଇଛି, ସେଥିରୁ ୨୮ପ୍ରତିଶତ କେବଳ ଆମେରିକାର । ବାଣିଜ୍ୟ ଟ୍ୟାଙ୍କ ଗ୍ଲୋବାଲ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ ରିପୋର୍ଟ ଅନୁଯାଇ ଭାରତୀୟ ପରିବାର ଓ ଦେଶର ମୁଦ୍ରାରେ ବିରାଟ ପରିବର୍ତ୍ତନ ହୋଇପାରେ । ବୈଦେଶିକ ମୁଦ୍ରା ପ୍ରବାହ ୧୨ ବଲିୟନ ରୁ ୧୮ ବିଲିୟନ ହ୍ରାସପାଇପାରେ । ତାସହିତ ଭାରତୀୟ ମୁଦ୍ରା ଡଲାର ତୁଳନାରେ ୧ରୁ ୧.୫ ଟଙ୍କା ଦୂର୍ବଳ ହୋଇପାରେ । ଏହାର  ପ୍ରଭାବ ବିଶେଷ କରି କେରଳ, ଉତ୍ତର ପ୍ରଦେଶ ଏବଂ ବିହାର  ରାଜ୍ୟ ଉପରେ ପଡିପାରେ । କାରଣ ଏସବୁ ରାଜ୍ୟରୁ ଅଧିକ ଲୋକେ ଆମେରିକାରରେ ରାଜ୍ୟରେ ଅନୁଭୂତ ହେବ । ଏନ୍-ଆର୍-ଆଇ ପ୍ରଥମେ ଆମେରିକାରେ ରୋଜଗାର କରୁଥିବାରୁ  ରୋଜଗାର ଟ୍ୟାକ୍ସ ଦେଉଥିବା ବେଳେ ଏବେ ଆର୍ଥିକ କାରବାର ଉପରେ ଟ୍ୟାକ୍ସ ଦେବାକୁ ଯାଉଛନ୍ତି ।  ରେମିଟାନ୍ସ ଉପରେ ଡବଲ ଟ୍ୟାକ୍ସ ଭାରତୀୟ ମୁଣ୍ଡପିଛା ଆୟକୁ ହ୍ରାସ କରିପାରେ । ରେମିଟାନ୍ସ ଉପରେ ଗୁରୁତ୍ୱ ଦେଉଥିବା ଦେଶ କେବଳ ଭାରତ ନୁହେଁ ସାଲଭଡୋର ଓ ମେକ୍ସିକୋ ମଧ୍ୟ ପ୍ରଭାବିତ ହୋଇପାରେ । ଆମେରିକାର ଏହି ପଦକ୍ଷେପ ପାଇଁ ବିଶ୍ୱ ଅର୍ଥନିତୀ ଅସ୍ଥିର ହୋଇଯିବ ବୋଲି ଆର୍ଥିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।