ଆଜିଠାରୁ ବିଶ୍ୱକୁ ଟେନସନ୍ ଟ୍ରମ୍ପଙ୍କ ନୂଆ ଟାରିଫ୍ ନୀତି ,୧୫ ଟି ଦେଶ ହେବେ ସର୍ବାଧିକ ପ୍ରଭାବିତ, ହଲଚଲ ହେଲାଣି ବିଶ୍ୱ ଅର୍ଥନୀତି

ଟ୍ରମ୍ପଙ୍କ ଟାରିଫ ଲାଗୁ ପୂର୍ବରୁ ହିଁ ଭାରତୀୟ ସେୟାର ବଜାର ଉପରେ ପଡ଼ିଛି । ନିବେଶକମାନେ ଅଂଶଧନ ବିକ୍ରି କରିଦେଉଥିବାରୁ ସେନ୍ସେକ୍ସ, ନିଫଟି, ବ୍ୟାଙ୍କ ନିଫଟି ୧ ହଜାର ପଏଣ୍ଟରୁ ଅଧିକ କ୍ରାସ୍ କରିଛି । ବିଶେଷଜ୍ଞଙ୍କ ଆକଳନ ଟ୍ରମ୍ପଙ୍କ ଟାରିଫ୍ ବ୍ୟବସ୍ଥା ଜାରି ରହିଲେ ଭାରତର ଘରୋଇ ଉତ୍ପାଦ ଦଶମିକ ୧ ପ୍ରତିଶତରୁ ଦଶମିକ ୨ ପ୍ରତିଶତ ପ୍ରଭାବିତ ହେବା ଆଶଙ୍କା ଉପୁଜିଛି ।

sfgsdfgsdfsdd

କନକ ବ୍ୟୁରୋ : ଏପ୍ରିଲ ୨, ମୁକ୍ତି ଦିବସ ସହ ଆମେରିକା ନୂଆ ଟାରିଫ ନୀତି ଲାଗୁ ହୋଇଛି । ଏଣିକି ଆମେରିକାକୁ ଜିନିଷ ରପ୍ତାନୀ ପଡ଼ିବ ମହଙ୍ଗା । ଟାରିଫ ଲାଗୁ କରି ୬୦୦ ବିଲିୟନ୍ ଡଲାର ରୋଜଗାର କରିବାକୁ ଯୋଜନା ରଖିଛି । ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଉଥିବାବେଳେ ଟ୍ରମ୍ପଙ୍କ ନୂଆ ଟାରିଫ ଏବେ ବିଶ୍ବର ସବୁ ରାଷ୍ଟ୍ରକୁ ଆର୍ଥିକ କ୍ଷେତ୍ରରେ ପ୍ରଭାବିତ କରିବା ଆଶଙ୍କା ଦେଖାଦେଇଛି । ବୁଦ୍ଧିଜୀବୀଙ୍କ ଆଶଙ୍କା ଆଗାମୀ ଦିନରେ ତୃତୀୟ ବିଶ୍ବଯୁଦ୍ଧ ଯଦି ହୁଏ ତା’ହେଲେ ଅସ୍ତ୍ରଶସ୍ତ୍ରରେ ନ ହୋଇ ଏପରି ବାଣିଜ୍ୟ କାରବାରରେ ହେବ । 

ଆମେରିକାର ଟାରିଫ୍‌, ଟେନ୍‌ସନ୍‌ରେ ବିଶ୍ବ
- ଆଜିଠୁ ଆମେରିକାର ଶୁଳ୍କ ଛାଟ୍
- ବିଶ୍ବ ଅର୍ଥନୀତିରୁ ଧୋଇଯିବ ୧.୪ ଟ୍ରିଲିୟନ୍‌ ଡଲାର 
- ମାଡ଼ି ଆସିବ ଆର୍ଥିକ ବିପର୍ଯ୍ୟୟ  
- ଆମେରିକା ଜିଡିପି ୪% ଖସିବ, ଦରଦାମ୍‌ ୨.୫ % ବଢ଼ିଯିବ 
- ଭାରତ ପାଇଁ ମହଙ୍ଗା ହେବ ଶକ୍ତି, ଭାରି ଯନ୍ତ୍ରାଂଶ ଆମଦାନୀ
- ଇଲେକ୍ଟ୍ରୋନିକ୍ସ, ବୟନ ଶିଳ୍ପରେ ଦେଖାଦେବ ନୂଆ ସମ୍ଭାବନା 
- ଶୁଳ୍କ ଅନିଶ୍ଚିତତାରୁ ଚିନ୍ତାରେ ନିବେଶକ, ସେୟାର ବଜାର ପ୍ରଭାବିତ ଆଶଙ୍କା 
- ୱାଲଷ୍ଟ୍ଲିଟ୍ ସହ ସମଗ୍ର ବିଶ୍ବ ବଜାର ନିମ୍ନମୁଖୀ
- ଅଶୋଧିତ ତୈଳ ୭୧ ଡଲାର ପାର୍‌

ଟ୍ରମ୍ପଙ୍କ ଟାରିଫ ଲାଗୁ ପୂର୍ବରୁ ହିଁ ଭାରତୀୟ ସେୟାର ବଜାର ଉପରେ ପଡ଼ିଛି । ନିବେଶକମାନେ ଅଂଶଧନ ବିକ୍ରି କରିଦେଉଥିବାରୁ ସେନ୍ସେକ୍ସ, ନିଫଟି, ବ୍ୟାଙ୍କ ନିଫଟି ୧ ହଜାର ପଏଣ୍ଟରୁ ଅଧିକ କ୍ରାସ୍ କରିଛି । ବିଶେଷଜ୍ଞଙ୍କ ଆକଳନ ଟ୍ରମ୍ପଙ୍କ ଟାରିଫ୍ ବ୍ୟବସ୍ଥା ଜାରି ରହିଲେ ଭାରତର ଘରୋଇ ଉତ୍ପାଦ ଦଶମିକ ୧ ପ୍ରତିଶତରୁ ଦଶମିକ ୨ ପ୍ରତିଶତ ପ୍ରଭାବିତ ହେବା ଆଶଙ୍କା ଉପୁଜିଛି । ଆଷ୍ଟନ୍ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ, ଟ୍ରମ୍ପ୍‌ଙ୍କ ୨୫ ପ୍ରତିଶତ ଟାରିଫ୍‌ ଯୋଗୁଁ ବିଶ୍ବ ଅର୍ଥନୀତିରୁ ୧.୪ ଟ୍ରିଲିଅନ୍‌ ଡଲାର ଆୟ ପ୍ରଭାବିତ ହେବ । ଏହା ବିଶ୍ବ ବାଣିଜ୍ୟକୁ ବ୍ୟାପକ ପ୍ରଭାବିତ କରିବ ।  ଭାରତ, ବ୍ରିଟେନ୍‌, ଜାପାନ୍‌ ଏବଂ ଦକ୍ଷିଣ କୋରିଆ ଆଦି ରାଷ୍ଟ୍ର ଗୁଡ଼ିକର ଅର୍ଥନୀତିରେ ପରିବର୍ତ୍ତନ ପରିଲକ୍ଷିତ ହୋଇପାରେ । ଆମେରିକାର ଏହି ପଦକ୍ଷେପ ବିଶ୍ବ ଅର୍ଥନୀତି ଉପରେ ପକାଇପାରେ ବଡ଼ ପ୍ରଭାବ। ତାଙ୍କର ଏହି କଡ଼ା ଶୁଳ୍କ ନୀତି ବିଶ୍ବ ଅଭିବୃଦ୍ଧିରେ ବ୍ରେକ୍ ଲଗାଇବ। ମୁଦ୍ରାସ୍ପୀତି ବିଶ୍ବକୁ ଏକ ଆର୍ଥିକ ବିପର୍ଯ୍ୟୟ  ଆଡ଼କୁ ଠେଲି ଦେବ ବୋଲି ଆଶଙ୍କା କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe