କନକ ବ୍ୟୁରୋ : ଏପ୍ରିଲ ୨, ମୁକ୍ତି ଦିବସ ସହ ଆମେରିକା ନୂଆ ଟାରିଫ ନୀତି ଲାଗୁ ହୋଇଛି । ଏଣିକି ଆମେରିକାକୁ ଜିନିଷ ରପ୍ତାନୀ ପଡ଼ିବ ମହଙ୍ଗା । ଟାରିଫ ଲାଗୁ କରି ୬୦୦ ବିଲିୟନ୍ ଡଲାର ରୋଜଗାର କରିବାକୁ ଯୋଜନା ରଖିଛି । ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଉଥିବାବେଳେ ଟ୍ରମ୍ପଙ୍କ ନୂଆ ଟାରିଫ ଏବେ ବିଶ୍ବର ସବୁ ରାଷ୍ଟ୍ରକୁ ଆର୍ଥିକ କ୍ଷେତ୍ରରେ ପ୍ରଭାବିତ କରିବା ଆଶଙ୍କା ଦେଖାଦେଇଛି । ବୁଦ୍ଧିଜୀବୀଙ୍କ ଆଶଙ୍କା ଆଗାମୀ ଦିନରେ ତୃତୀୟ ବିଶ୍ବଯୁଦ୍ଧ ଯଦି ହୁଏ ତା’ହେଲେ ଅସ୍ତ୍ରଶସ୍ତ୍ରରେ ନ ହୋଇ ଏପରି ବାଣିଜ୍ୟ କାରବାରରେ ହେବ । 

Advertisment

ଆମେରିକାର ଟାରିଫ୍‌, ଟେନ୍‌ସନ୍‌ରେ ବିଶ୍ବ
- ଆଜିଠୁ ଆମେରିକାର ଶୁଳ୍କ ଛାଟ୍
- ବିଶ୍ବ ଅର୍ଥନୀତିରୁ ଧୋଇଯିବ ୧.୪ ଟ୍ରିଲିୟନ୍‌ ଡଲାର 
- ମାଡ଼ି ଆସିବ ଆର୍ଥିକ ବିପର୍ଯ୍ୟୟ  
- ଆମେରିକା ଜିଡିପି ୪% ଖସିବ, ଦରଦାମ୍‌ ୨.୫ % ବଢ଼ିଯିବ 
- ଭାରତ ପାଇଁ ମହଙ୍ଗା ହେବ ଶକ୍ତି, ଭାରି ଯନ୍ତ୍ରାଂଶ ଆମଦାନୀ
- ଇଲେକ୍ଟ୍ରୋନିକ୍ସ, ବୟନ ଶିଳ୍ପରେ ଦେଖାଦେବ ନୂଆ ସମ୍ଭାବନା 
- ଶୁଳ୍କ ଅନିଶ୍ଚିତତାରୁ ଚିନ୍ତାରେ ନିବେଶକ, ସେୟାର ବଜାର ପ୍ରଭାବିତ ଆଶଙ୍କା 
- ୱାଲଷ୍ଟ୍ଲିଟ୍ ସହ ସମଗ୍ର ବିଶ୍ବ ବଜାର ନିମ୍ନମୁଖୀ
- ଅଶୋଧିତ ତୈଳ ୭୧ ଡଲାର ପାର୍‌

ଟ୍ରମ୍ପଙ୍କ ଟାରିଫ ଲାଗୁ ପୂର୍ବରୁ ହିଁ ଭାରତୀୟ ସେୟାର ବଜାର ଉପରେ ପଡ଼ିଛି । ନିବେଶକମାନେ ଅଂଶଧନ ବିକ୍ରି କରିଦେଉଥିବାରୁ ସେନ୍ସେକ୍ସ, ନିଫଟି, ବ୍ୟାଙ୍କ ନିଫଟି ୧ ହଜାର ପଏଣ୍ଟରୁ ଅଧିକ କ୍ରାସ୍ କରିଛି । ବିଶେଷଜ୍ଞଙ୍କ ଆକଳନ ଟ୍ରମ୍ପଙ୍କ ଟାରିଫ୍ ବ୍ୟବସ୍ଥା ଜାରି ରହିଲେ ଭାରତର ଘରୋଇ ଉତ୍ପାଦ ଦଶମିକ ୧ ପ୍ରତିଶତରୁ ଦଶମିକ ୨ ପ୍ରତିଶତ ପ୍ରଭାବିତ ହେବା ଆଶଙ୍କା ଉପୁଜିଛି । ଆଷ୍ଟନ୍ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ, ଟ୍ରମ୍ପ୍‌ଙ୍କ ୨୫ ପ୍ରତିଶତ ଟାରିଫ୍‌ ଯୋଗୁଁ ବିଶ୍ବ ଅର୍ଥନୀତିରୁ ୧.୪ ଟ୍ରିଲିଅନ୍‌ ଡଲାର ଆୟ ପ୍ରଭାବିତ ହେବ । ଏହା ବିଶ୍ବ ବାଣିଜ୍ୟକୁ ବ୍ୟାପକ ପ୍ରଭାବିତ କରିବ ।  ଭାରତ, ବ୍ରିଟେନ୍‌, ଜାପାନ୍‌ ଏବଂ ଦକ୍ଷିଣ କୋରିଆ ଆଦି ରାଷ୍ଟ୍ର ଗୁଡ଼ିକର ଅର୍ଥନୀତିରେ ପରିବର୍ତ୍ତନ ପରିଲକ୍ଷିତ ହୋଇପାରେ । ଆମେରିକାର ଏହି ପଦକ୍ଷେପ ବିଶ୍ବ ଅର୍ଥନୀତି ଉପରେ ପକାଇପାରେ ବଡ଼ ପ୍ରଭାବ। ତାଙ୍କର ଏହି କଡ଼ା ଶୁଳ୍କ ନୀତି ବିଶ୍ବ ଅଭିବୃଦ୍ଧିରେ ବ୍ରେକ୍ ଲଗାଇବ। ମୁଦ୍ରାସ୍ପୀତି ବିଶ୍ବକୁ ଏକ ଆର୍ଥିକ ବିପର୍ଯ୍ୟୟ  ଆଡ଼କୁ ଠେଲି ଦେବ ବୋଲି ଆଶଙ୍କା କରାଯାଉଛି।