ଆଜିଠୁ ଲାଗୁ ହେବ ଆମେରିକାର ନୂଆ ଟାରିଫ୍ : ଟ୍ରମ୍ପଙ୍କ ଶୁଳ୍କ ନୀତି ନେଇ ବଢୁଛି ଟେନସନ

ଆଜିଠୁ ଲାଗୁ ହେବ ଆମେରିକାର  ନୂଆ ଟାରିଫ । ତୀବ୍ର ହେଲା ଆମେରିକା-ଚୀନ ଶୁଳ୍କ ଯୁଦ୍ଧ । ଚୀନ ଉପରେ ଆମେରିକା ଲଗାଇଲା ୧୦୪ ପ୍ରତିଶତ ଶୁଳ୍କ ।

Tariff

Photograph: (KanakNews )

କନକ ବ୍ୟୁରୋ : ଆଜିଠୁ ଲାଗୁ ହେବ ଆମେରିକାର  ନୂଆ ଟାରିଫ । ତୀବ୍ର ହେଲା ଆମେରିକା-ଚୀନ ଶୁଳ୍କ ଯୁଦ୍ଧ । ଚୀନ ଉପରେ ଆମେରିକା ଲଗାଇଲା ୧୦୪ ପ୍ରତିଶତ ଶୁଳ୍କ । ଆଜିଠୁ ଏହି ଶୁଳ୍କ ବିଧିବଦ୍ଧ ଭାବେ ଲାଗୁ ହେବ । ଚୀନ ପାଲଟା ୩୪ ପ୍ରତିଶତ ଶୁଳ୍କ ପ୍ରତ୍ୟାହାର ନ କରିବାକୁ ଆମେରିକା ଅତିରିକ୍ତ ୫୦ ପ୍ରତିଶତ ଶୁଳ୍କ ଲଗାଇବ ବୋଲି ଧମକ ଦେଇଥିଲା । ତେବେ ଚୀନ ଶୁଳ୍କ ପ୍ରତ୍ୟାହାର ନ କରିବାରୁ ଟ୍ରମ୍ପ ଚରମ ନିଷ୍ପତ୍ତି ନେଇଛନ୍ତି । ବେଜିଂ ଉପରେ ମୋଟ ୧୦୪ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଏହା ପରେ ବିଶ୍ବରେ ବାଣିଜ୍ୟ ଯୁଦ୍ଧର ବିଗୁଲ ବାଜିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe