କନକବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଆମେରିକା ରାଷ୍ଟପତି ଡୋନାଲଡ୍ ଟ୍ରମ୍ପଙ୍କ ଆଉ ଏକ ଗୋଟି ଚାଳନା । ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଯଦି କୌଣସି ଦେଶ କାତାର ଉପରେ ଆକ୍ରମଣ କରେ , ତାହେଲେ ଆମେରିକା ସମ୍ପୃକ୍ତ ଦେଶ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ କରିବାକୁ ପଛାଇବ ନାହିଁ । ଏନେଇ ଏକ ନିର୍ଦ୍ଦେଶନାମା ଉପରେ ଟ୍ରମ୍ପ ହସ୍ତାକ୍ଷର କରିଛନ୍ତି । ଟ୍ରମ୍ପଙ୍କ ଏହି ନୂଆ ଗୋଟିଚାଳନା ଇସ୍ରାଏଲକୁ ଲକ୍ଷ୍ୟ କରି କରାଯାଇଛି ।
କାରଣ କାତାରରେ ଥିବା ହମାସ ମୁଖିଆ ମାନଙ୍କୁ ଲକ୍ଷ୍ୟ କରି ଇସ୍ରାଏଲ ବିମାନ ଜରିଆରେ ମିସାଇଲ୍ ମାଡ଼ କରିଥିଲା। ଗୋଟିଏ ପଟେ ଗାଜାରେ ଶାନ୍ତି ଫେରାଇ ଆଣିବାକୁ ଟ୍ରମ୍ପ ଇସ୍ରାଏଲ ସହ ମିଶି ଯୋଜନା ପ୍ରସ୍ତୁତ କରିଛନ୍ତି । ସେପଟେ କାତାର ଉପରେ ଆଗକୁ ଆକ୍ରମଣ ନକରିବାକୁ ଏହି ନୂଆ ନିର୍ଦ୍ଦେଶନାମା ଜରିଆରେ ଇସ୍ରାଏଲକୁ ଚେତାବନୀ ଦେଇଛନ୍ତି ।