କନକବ୍ୟୁରୋ : ଦେଶକୁ ଆର୍ଥିକ ସ୍ତରରେ ଅଧିକ ମଜଭୂତ କରିବାକୁ ଓ ଦେଶରେ ବିଦେଶୀ ନିବେଶକ ବଢ଼ାଇବାକୁ ନୂଆ ଉପାୟ ଆପଣାଇଛନ୍ତି ଡୋନାଲ୍ଡ ଟ୍ରମ୍ପ  ।  ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି। ସେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଥିଲେ  ।   ସମ୍ପ୍ରତି, ବେଆଇନ ଭାବରେ ଆମେରିକାରେ ପ୍ରବେଶ କରିଥିବା ଅଣ-ନାଗରିକମାନଙ୍କୁ ଦେଶରୁ ଖାଲି କରୁଛନ୍ତି ଟ୍ରମ୍ପ ସରକାର  ।  ଏବେ ଖବର ଆସିଛି ଯେ ଟ୍ରମ୍ପ ଆମେରିକୀୟ ନାଗରିକତା ପ୍ରଦାନ ପାଇଁ ଏକ ନୂଆ ଭିସା ଆଣିପାରନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ଏକ ବଡ଼ ଯୋଜନା କରିଛନ୍ତି ।  

Advertisment

ମିଳିଥିବା ସୂଚନା ଅନୁସାରେ ଏବେ କେହି ବି ଆମେରିକା ନାଗରିକତା ପାଇପାରିବେ କିନ୍ତୁ ସେଥିପାଇଁ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିବ କୋଟି କୋଟି ଟଙ୍କା । ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୫୦କୋଟି  । ଆଜ୍ଞା ହଁ ଡୋନାଲ୍ଡ ଟ୍ରମ୍ପ ଏବେ ଧନୀ ବ୍ୟକ୍ତିଙ୍କୁ ବଡ ଅଫର ଦେଇଛନ୍ତି  । ୪୩ରୁ ୫୦କୋଟି ଟଙ୍କା ବଦଳରେ ପାଇପାରିବେ ଗୋଲ୍ଡ କାର୍ଡ ।ଏହି କାର୍ଡ ଆପଣଙ୍କୁ ଆମେରିକା ନାଗରିକତାର ପରିଚୟ ଦେବ ।ଆସନ୍ତୁ ଦେଖବା କ’ଣ ଏହି ଗୋଲ୍ଡ କାଡଁ 

ଟ୍ରମ୍ପଙ୍କ ଗୋଲ୍ଡ କାର୍ଡ ଅଫର
-ଗ୍ରୀନ କାର୍ଡର ଅପର ଭର୍ସନ ଗୋଲ୍ଡ କାର୍ଡ
-୪୩ରୁ ୫୦କୋଟି ବଦଳରେ ମିଳିବ ଆମେରିକା ନାଗରିକତା
-ବିଭିନ୍ନ ରାଷ୍ଟ୍ରର ଧନୀ ବ୍ୟକ୍ତିଙ୍କୁ ଟ୍ରମ୍ପଙ୍କ ଅଫର

-ବିଶ୍ବର ସବୁ ଧନୀଙ୍କୁ ଆମେରିକାରେ ରଖିବାକୁ ଯୋଜନା
-ଦେଶରେ ଅଧିକ ନିବେଶ ଲକ୍ଷ୍ୟ ରଖିଛନ୍ତି ଟ୍ରମ୍ପ
-ଦେଶକୁ ଆର୍ଥିକ ସ୍ତରରେ ମଜଭୂତ କରିପାରେ ଏହି ଯୋଜନା
-ଗୋଲ୍ଡ କାର୍ଡ ଅଫର ପାଇଁ ବିଶେଷ ଦସ୍ତାବିଜର ଆବଶ୍ୟକତା ନାହିଁ
-ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ନୂଆ ଭିସା ଆଣିଛନ୍ତି 
-ଏହି ଗୋଲ୍ଡ କାର୍ଡ ଭିସା ଆମେରିକାରେ ୩୫ ବର୍ଷ ପୁରୁଣା ନିବେଶକ ଭିସାକୁ ବଦଳାଇ ପାରିବ