କନକବ୍ୟୁରୋ : କାନାଡା ଉପରେ ଟ୍ରମ୍ପଙ୍କ ଆଖି ।  ପୁଣିଥରେ କାନାଡାକୁ ନେଇ ବଡ଼ ବୟାନ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକା  ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପୂର୍ବରୁ ଏଭଳି ବୟାନ ଦେଇଛନ୍ତି ।  ଟ୍ରମ୍ପ କହିଛନ୍ତି, ଶୀଘ୍ର ଆମେରିକାର ୫୧ତମ ରାଜ୍ୟ ହୋଇଯିବ କାନାଡା ।  ଏନେଇ ସେ ପ୍ରସ୍ତାବ ଦେଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଟ୍ରମ୍ପ। ତେବେ ଟ୍ରମ୍ପଙ୍କ ଏଭଳି  ବୟାନକୁ ନେଇ ବର୍ଷିଛନ୍ତି କାନାଡାର କାମଚଳା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । 

Advertisment

ଏହା ଅସମ୍ଭବ । କାନାଡା ଏକ ସ୍ବତନ୍ତ୍ର ଦେଶ। ସେ କେବେ ବି ଆମେରିକାର ଅଂଶ ହେବନି। ଆମେରିକା  ନିର୍ବାଚନରେ ବିଜୟୀ ହେବା ପରେ ଟ୍ରମ୍ପଙ୍କୁ ସାକ୍ଷାତ କରିବା ପାଇଁ ପହଞ୍ଚିଥିଲେ ଟ୍ରୁଡୋ ।  ଆଉ ଏହି ସାକ୍ଷାତକାରର ଫଟୋ ସୋସିଆଲ ମିଡିଆରେ ସେୟାର କରି ଟ୍ରମ୍ପ କହିଥିଲେ,  କାନାଡାକୁ ଆମେରିକାର ୫୧ ତମ ରାଷ୍ଟ୍ର କରିବାକୁ ପ୍ରସ୍ତାବ ଦେଇଛି। ତେବେ ଦାୟିତ୍ବ ନେବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଏହି କଥାକୁ ପୁଣିଥରେ ଦୋହରାଇଛନ୍ତି ଟ୍ରମ୍ପ।
--
କାନାଡା ଉପରେ ଟ୍ରମ୍ପଙ୍କ ଆଖି
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ସୋମବାର ଇସ୍ତଫା ପରେ ଆକ୍ସନ ମୁଡରେ ଡୋନାଲ୍ଡ ଟ୍ରମ୍ପ
କାନାଡକୁ ୫୧ତମ ରାଜ୍ୟ ଭାବେ ଆମେରିକାରେ ମିଶ୍ରଣ ପାଇଁ ଆହ୍ବାନ ଦେଇଛନ୍ତି
ନୂଆ ନେତା ନିର୍ବାଚିତ ହେବା ପର୍ଯ୍ୟନ୍ତ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରେ ରହିବେ

୭୮ ବର୍ଷୀୟ ଟ୍ରମ୍ପ୍‌ଙ୍କର ଟ୍ରୁଡୋଙ୍କ ସହ ଭଲ ସମ୍ପର୍କ ନ ଥିଲା
ଗତ ନଭେମ୍ବର ୫ରେ ଟ୍ରମ୍ପ୍‌ ପୁନର୍ବାର ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବା ପରେ କାନାଡାକୁ ଆମେରିକାରେ ସାମିଲ କରିବା ପାଇଁ କହିଥିଲେ। 
ଏହା ପରେ ସେ ସାମାଜିକ ଗଣମାଧ୍ୟରେ ଏହି କଥାକୁ ବାରମ୍ବାର ଦୋହରାଇଲେଣି