କନକ ବ୍ୟୁରୋ : ଭାରତ ଉପରେ ଟ୍ରମ୍ପ କେବେ ଖପ୍ପା ହେଉଛନ୍ତି ତ ପୁଣି କେବେ ନରମ ମନୋଭାବ ପୋଷଣ କରୁଛନ୍ତି । ତାଙ୍କର ନୂଆ ସୋସିଆଲ ମିଡିଆ ପୋଷ୍ଟ ଏହାର ଏକ ତାଜା ଉଦାହରଣ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି..ଭାରତ ଏବଂ ଆମେରିକା, ଦୁଇ ରାଷ୍ଟ୍ର ବାଣିଜ୍ୟ ପ୍ରତିବନ୍ଧକର ସମାଧାନ ପାଇଁ ଆଲୋଚନା ଜାରି ରଖିଛନ୍ତି । ଆଗାମୀ ସପ୍ତାହରେ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେବାକୁ ଅପେକ୍ଷା କରିଛନ୍ତି ଟ୍ରମ୍ପ । ଉଭୟ ଦେଶ ପାଇଁ ଏକ ସଫଳ ନିଷ୍କର୍ଷରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ! 'ବାଣିଜ୍ୟିକ ପ୍ରତିବନ୍ଧକ' ଦୂର କରିବା ପାଇଁ ଟ୍ରମ୍ପଙ୍କ ଅନୁରୋଧର ଉତ୍ତର ପ୍ରଧାନମନ୍ତ୍ରୀ ମୋଦୀ ।  ପ୍ରଧାନମନ୍ତ୍ରୀ କହିଛନ୍ତି ଟ୍ରମ୍ପଙ୍କ ସହ କଥା ହେବାକୁ ସେ ଅପେକ୍ଷା କରିଛନ୍ତି । ତେବେ ଟ୍ରମ୍ପଙ୍କ ଭାରତ ପ୍ରତି ନରମ ମନୋଭାବ ପଛର କାରଣ ଚୀନ, ରୁଷ ସହ ବଢ଼ୁଥିବା ଭାରତର ସମ୍ପର୍କ  ଓ ମେକ୍‌ ଇନ୍‌ ଇଣ୍ଡିଆକୁ ଭାରତର ଗୁରୁତ୍ବ ହୋଇପାରେ ବୋଲି ବିଶେଷଜ୍ଞଙ୍କ ମତ ଦେଇଛନ୍ତି । 

Advertisment

ଗୋଟିଏ ପଟେ ମୋଦୀଙ୍କୁ ଭଲ ବନ୍ଧୁ କହି ଟାରିଫ ପ୍ରସଙ୍ଗରେ ପୁନଃ ଆଲୋଚନା କଥା କହୁଛନ୍ତି ଆମେରିକା ରାଷ୍ଟ୍ରପତି ।  ଅନ୍ୟପଟେ ଭାରତ ଉପରେ ଅଧିକ ଟାରିଫ ଲଗାଇବାକୁ ୟୁରୋପୀୟ ଦେଶ ଉପରେ ପକାଉଛନ୍ତି ଚାପ । ରୁଷିଆ ଠାରୁ ତେଲ କିଣୁଥିବାରୁ ଭାରତ ଉପରେ ୧୦୦ ପ୍ରତିଶତ ଟାରିଫ୍‌ ଲଗାଇବାକୁ ୟୁରୋପୀୟ ସଂଘ ଉପରେ ଟ୍ରମ୍ପ ଚାପ ପକାଉଥିବା ସୂଚନା ମିଳିଛି । ରପ୍ତାନୀ ଶୁଳ୍କ ବୃଦ୍ଧି ଏବଂ ରୁଷଠୁ ତୈଳ କିଣାକୁ ନେଇ ଦୁଇ ଦେଶର ଉତ୍ତେଜନା ମଧ୍ୟରେ ଟ୍ରମ୍ପଙ୍କ ମନ୍ତବ୍ୟ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିକ୍ରିୟା ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ସଙ୍କେତ ଦେଉଛି । 

ସେପଟେ ଦିନକୁ ଦିନ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଛି । ୧୪ ପଇସା ବଢ଼ିଲା ଆମେରିକା ଡଲାର । ଡଲାର ମୂଲ୍ୟ ବୃଦ୍ଧି ପାଇ ୮୭ ଟଙ୍କା ୯୫ରେ ପହଞ୍ଚିଛି । ମଙ୍ଗଳବାର ମାର୍କେଟ ଖୋଲୁଖୋଲୁ ଦର ବଢ଼ିଥିଲା ୧୪ ପଇସା। ଯାହା ଦ୍ବାରା ଘରୋଇ ସେୟାର ମାର୍କେଟରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେଉଛି। 
କମୁଛି ଭାରତୀୟ ମୁଦ୍ରାର ମୂଲ୍ୟ
ମଙ୍ଗଳବାର ମାର୍କେଟ୍‌ ଖୋଲିବା ବେଳେ ୮୭.୯୮ ଟଙ୍କା ଥିଲା ଡଲାର
ମାର୍କେଟ ବନ୍ଦ ବେଳକୁ ୮୭.୯୫ରେ ପହଞ୍ଚିଥିଲା
ପୂର୍ବଦିନ ବଜାର ବନ୍ଦ ତୁଳନାରେ ୧୪ ପଇସା ବଢ଼ିଥିଲା ବଜାର
ଶୁକ୍ରବାର ଡଲାର ମୂଲ୍ୟ ଥିଲା ୮୮.୩୮ ଟଙ୍କା
ଏହା ସର୍ବକାଳୀନ ହ୍ରାସ ଥିଲା
ପରେ ଆମେରିକା ଡଲାର ତୁଳନାରେ ୩ ପଇସା ବଢ଼ିଥିଲା ଟଙ୍କା
୮୮.୦୯ ଟଙ୍କାରେ ବନ୍ଦ ହୋଇଥିଲା ଶୁକ୍ରବାରର ବଜାର