କନକ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି, ରୁଷିଆରୁ ତେଲ କିଣିବା ପାଇଁ ଭାରତ ଉପରେ ଲଗାଯାଇଥିବା ୫୦ ପ୍ରତିଶତ ଟାରିଫ୍ ରୁଷିଆର ଅର୍ଥନୈତିକ ଅବସ୍ଥାକୁ ବଡ଼ ଆଘାତ ଦେଇଛି । ହ୍ୱାଇଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, ଟାରିଫ ଯୋଗୁଁ ରୁଷିଆର ଅର୍ଥନୀତି ବେଶ୍ ପ୍ରଭାବିତ ହୋଇଛି । ଜୁଲାଇ ୩୦ରେ ଭାରତ ଉପରେ ୨୫% ଏବଂ ଅଗଷ୍ଟ ୭ରେ ଅତିରିକ୍ତ ୨୫% ଟାରିଫ୍ ଲଗାଇଥିଲା ଭାରତ । ଭାରତ ଏହାକୁ “ଅନ୍ୟାୟ, ଅଯୌକ୍ତିକ ଓ ଅନୁଚିତ” ବୋଲି ବିବେଚନା କରିଛି । ଟ୍ରମ୍ପ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅଗଷ୍ଟ ୧୫ରେ ଆଲାସ୍କାରେ ଭେଟିବେ ଏବଂ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା କରିବେ ।
ଭାରତ ଉପରେ ଟାରିଫ୍, ରୁଷିଆ ଉପରେ ପ୍ରହାର
ପୁଟିନଙ୍କୁ ଭେଟିବା ପୂର୍ବରୁ ଟ୍ରମ୍ପଙ୍କ ବଡ଼ ବୟାନ
ଟ୍ରମ୍ପ କହିଛନ୍ତି, ଭାରତ ଉପରେ ୫୦% ଟାରିଫ୍ ରୁଷିଆର ଅର୍ଥନୀତିକୁ ଦୋହଲାଇ ଦେଇଛି
ଜୁଲାଇ ୩୦ରେ ୨୫% ଓ ଅଗଷ୍ଟ ୭ରେ ଅତିରିକ୍ତ ୨୫% ଟାରିଫ୍ ଭାରତ ଉପରେ ଲାଗୁ ହୋଇଥିଲା
ଟ୍ରମ୍ପ ଅଗଷ୍ଟ ୧୫ରେ ପୁଟିନଙ୍କୁ ଆଲାସ୍କାରେ ଭେଟିବେ
ରୁଷିଆ -ୟୁକ୍ରେନ୍ ଯୁଦ୍ଧ ସମାପ୍ତି ପାଇଁ ଆଲୋଚନା ହେବ
ରୁଷିଆ ଭାରତର ଏକ ପ୍ରମୁଖ ତୈଳ ଯୋଗାଣକାରୀ
ଭାରତ ଉପରେ ଟାରିଫ୍, ରୁଷିଆ ଉପରେ ପ୍ରହାର
ପୁଟିନଙ୍କୁ ଭେଟିବା ପୂର୍ବରୁ ଟ୍ରମ୍ପଙ୍କ ବଡ଼ ବୟାନ । କହିଲେ, ଭାରତ ଉପରେ ଟାରିଫ ଦ୍ବାରା ରୁଷିଆ ଅର୍ଥନୀତି ପ୍ରଭାବିତ ।
/kanak/media/media_files/2025/08/12/trump-2025-08-12-15-30-16.jpg)