କନକବ୍ୟୁରୋ : ଆତଙ୍କବାଦଙ୍କ ଭୂସ୍ବର୍ଗ ପାକିସ୍ତାନ ସବୁବେଳେ ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥାଏ । ଦୁଇ ଦେଶ ମଧ୍ୟ ବ୍ୟବସାୟ ପ୍ରାୟ ଶୂନ ସ୍ଥିତିରେ ରହିଛି । କିନ୍ତୁ ଏବେ ପାକିସ୍ତାନ ସହ ବ୍ୟବସାୟ କରିବାକୁ ଆଗେଇ ଆସିଛି ଆମେରିକା । ପାକର ସୁନା, ଲିଥିୟମ ଓ କପର ଖଣି ଉପରେ ନଜର ପକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ଼୍ଡ ଟ୍ରମ୍ପ । ଆନ୍ତର୍ଜାତିକ ଗଣମାଧ୍ୟମ ଦି ଇଣ୍ଡିପେଣ୍ଡାଣ୍ଟରେ ଏନେଇ ଏକ ରୋଚକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି,
ପାକିସ୍ତାନରେ ଟ୍ରମ୍ପଙ୍କ ବଡ଼ ଡିଲ୍!
ଆମେରିକା ସରକାରୀ ଅଧିକାରୀ ଏବେ ପାକିସ୍ତାନରେ
ଦୁଇ ଦେଶ ମଧ୍ୟରେ ଖଣିଜ ଉତ୍ତୋଳନ ପାଇଁ ଗୁପ୍ତ ଆଲୋଚନା
ପାକିସ୍ତାନରେ ରହିଛି ବହୁଳ ମାତ୍ରାରେ କପର, ଲିଥିୟମ୍ ଓ ସୁନା ଖଣି
ଏହି ଖଣି ଉପରେ ରହିଛି ଆମେରିକାର ନଜର
ଇସଲାମାବାଦରେ ଆମେରିକାର ଦକ୍ଷିଣ ଓ ମଧ୍ୟ ଏସିଆ ବିଭାଗ ଅଧିକାରୀ
ଆମେରିକାର ଅଧିକାରୀ କରିଛନ୍ତି ପାକ୍ ସରକାର ସହ ଆଲୋଚନା
‘ଦି ଇଣ୍ଡିପେଣ୍ଡେଣ୍ଟ’ର ରିପୋର୍ଟରେ ବଡ଼ ଡିଲ୍ ନେଇ ଖୁଲାସା
ଆମେରିକା ଓ ପାକିସ୍ତାନ ମଧ୍ୟ ଏଭଳି ଆଲୋଚନା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଚର୍ଚ୍ଚା ବଢିବାରେ ଲାଗିଛି । ଶୁଳ୍କ ବୃଦ୍ଧିର ନୀତି ନେଇ ବିଶ୍ବବାସୀଙ୍କ ଆଶଙ୍କାରେ ରଖିଥିବା ଟ୍ରମ୍ପ ପ୍ରଶାସନ ବାସ୍ତବରେ କ’ଣ ଚାହୁଁଛି । ପାକିସ୍ତାନ ଭଳି ଦେଶ ସହିତ ଆମେରିକା କାହିଁକି ବାଣିଜ୍ୟ କରିବା ପାଇଁ ମନ ବଳାଇଛି । କୁହାଯାଉଛି ଏହା ପଛରେ ବଡ଼ କାରଣ ହେଉଛି ଚୀନ ଓ ଭାରତ । ଦୁଇ ଦେଶର ବାଣିଜ୍ୟ ବଜାରକୁ ଗୁପ୍ତରେ ପ୍ରଭାବିତ କରିବା ପାଇଁ ଯୋଜନା କରୁଥାଇପାରେ ଆମେରିକା । ଯେଉଁଥିପାଇଁ କୌଣସି ବି ସୁଯୋଗକୁ ଟ୍ରମ୍ପ ଓ ତାଙ୍କ ଟିମ୍ ହାତ ଛଡା କରିବାକୁ ଚାହୁଁନଥିବା ଚର୍ଚ୍ଚା ହେଉଛି ।