କନକ ବ୍ୟୁରୋ : ବନ୍ଦ ହେବ ୟୁକ୍ରେନ-ରୁଷ ଯୁଦ୍ଧ? ସଫଳ ହେବ କି ଟ୍ରମ୍ପଙ୍କ ମଧ୍ୟସ୍ଥତା ଓ ତାଙ୍କ ୨୮ ସୁତ୍ରୀ ଶାନ୍ତି ସର୍ତ୍ତ ? ପ୍ରାୟ ୪ ବର୍ଷ ହେବ ଚାଲିଥିବା ଯୁଦ୍ଧକୁ ରୋକିବାକୁ ଆମେରିକାର ହସ୍ତକ୍ଷେପ ଆଉ ପାଦେ ବଢିଛି । କ’ଣ ରହିଛି ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାନ୍ତି ଯୋଜନାର ମୂଳମନ୍ତ୍ର ।
- ବଢ଼ିଲା ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ଆଶା
- ଟ୍ରମ୍ପଙ୍କ ୨୮ ସୂତ୍ରୀ ସମାଧାନ ସର୍ତ୍ତ
- ମାନିବେ କି ରୁଷ୍ ଓ ୟୁକ୍ରେନ?
ରୁଷ-ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ। ଦୀର୍ଘଦିନ ଧରି ଆମେରିକାର ମଧ୍ୟସ୍ଥତା ଆଉ ପାଦେ ବଢ଼ିବା ସହ ଯୁଦ୍ଧ ରୋକିବାକୁ ଟ୍ରମ୍ପ ପ୍ରସ୍ତୁତ କରିଛନ୍ତି ୨୮ ସୂତ୍ରୀ ସମାଧାନ ଯୋଜନା । ନିକଟରେ ଆମେରିକା ସେନା ସଚିବ ଡ୍ରେନ ଡ୍ରିସକୋଲଙ୍କ ୟୁକ୍ରେନ ଗସ୍ତ ସମୟରେ ଟ୍ରମ୍ପଙ୍କ ପକ୍ଷରୁ ଜେଲେନସ୍କିଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି । ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ।
ଯୁଦ୍ଧ: ବନ୍ଦ ହେବ ନା ବଢ଼ିବ?
- ୟୁକ୍ରେନ ରୁଷକୁ ୪ଟି ଅଞ୍ଚଳ ଦେବ
- ଡୋନେଟେକ୍ସ, କ୍ରିମିଆ, ଜପୋରେଜ୍ଜିଆ ଓ ଖେରସନକୁ ଛାଡ଼ିବ ୟୁକ୍ରେନ
- ଏହି ଅଞ୍ଚଳକୁ ନିଜର ବୋଲି ଉଭୟ ରୁଷ ଓ ୟୁକ୍ରେନ ଦାବି କରୁଛନ୍ତି
- ୟୁକ୍ରେନକୁ ନାଟୋ ସେନା ସହାୟତା ରୋକିବ
- ୟୁକ୍ରେନ ନିଜ ସେନାର କାର୍ୟ୍ୟାନୁଷ୍ଠାନ କମ୍ କରିବ
- ୟୁକ୍ରେନ ପାଇଁ ସୁରକ୍ଷା ଗ୍ୟାରେଣ୍ଟି ଦେବ ଆମେରିକା
- ରୁଷ-ୟୁକ୍ରେନ ସୀମା ସୁରକ୍ଷା ଗ୍ୟାରେଣ୍ଟି ମିଳିବ
- ସର୍ତ୍ତ ମାନିନେଲେ ରୁଷ ଉପରୁ ସମସ୍ତ ପ୍ରତିବନ୍ଧକ ଉଠାଇବ ଆମେରିକା
- କୂଟନୀତି ସମ୍ପର୍କକୁ ସୁଧାରିବାକୁ ସମସ୍ତ ଚେଷ୍ଟା କରିବ
- ଜେଲେନସ୍କିଙ୍କୁ ଟ୍ରମ୍ପଙ୍କ ୬ଦିନର ମହଲତ
- ସର୍ତ୍ତ ନମାନିଲେ ବଡ଼ କାର୍ଯ୍ୟାନୁଷ୍ଠାନ ଧମକ
ଇଥାନଲ କମ୍ପାନିକୁ ସମ୍ବଲପୁର ଦେଓଗାଁରେ ପ୍ରବଳ ବିରୋଧ, ନିର୍ମାଣ ବନ୍ଦ କରିବା ଦାବିରେ ତାତିଲେ ଲୋକେ
ମିଳିଥିବା ସୂଚନା ଅନୁସାରେ, ଆମେରିକାର ଶାନ୍ତି ପ୍ରସ୍ତାବ ଉପରେ ସହମତ ହେକୁ ଜେଲେନସ୍କିଙ୍କୁ କେବଳ ୬ଦିନର ମହଲତ ଦେଇଛନ୍ତି ଟ୍ରମ୍ପ । ଯଦି ୟୁକ୍ରେନ ରାଷ୍ଟ୍ରପତି ପ୍ରତ୍ୟାଖ୍ୟାନ କରନ୍ତି, ତେବେ ତାଙ୍କୁ ବଡ଼ ପରିଣାମ ଭୋଗିବାକୁ ପଡ଼ବ ବୋଲି ଧମକ ଦେଇଛି ଆମେରିକା । ସେପଟେ ୟୁକ୍ରେନ କହିଛି, ଏଥିସହ ସମାଧାନ ସୂତ୍ର ଉପରେ ପୁନର୍ବିଚାର କରାଯାଉ । ବଡ଼କଥା ହେଉଛି ଆମେରିକାର ଏହି ପ୍ରସ୍ତାବ ବାବଦରେ କୌଣସି ସୂଚନା ନଥିବା କହିଛି ରୁଷ ।
Follow Us