ପର୍ଯ୍ୟଟକଙ୍କ ପାଖରୁ ଟଙ୍କା ଆଦାୟ କରିବ ଟ୍ରମ୍ପ ପ୍ରଶାସନ ;  ନୂଆ ନିୟମକୁ ନେଇ ବଢ଼ିଲା ଚର୍ଚ୍ଚା

Advertisment

ଆରମ୍ଭରୁ ହିଁ ଟ୍ରମ୍ପ ପ୍ରଶାସନ ପ୍ରବାସୀଙ୍କୁ ନେଇ କଠୋର ଆଭିମୁଖ୍ୟ ପୋଷଣ କରିଆସିଛି । ଆଉ ଏହାରି ଭିତରେ ଆମେରିକା ଏକ ନୂଆ ପାଇଲଟ୍ ପୋଗ୍ରାମ ଆଣିଛି । ଯେଉଁଥିରେ ପର୍ଯ୍ୟଟକ ଏବଂ ବିଜନେସ୍ ଭିସାରେ ଆମେରିକା ଯାଉଥିବା ଲୋକଙ୍କ ଭିସା ବଣ୍ଡ ରୂପରେ ୧୫ ହଜାର ଡଲାର ଅର୍ଥାତ ୧୩ ଲକ୍ଷ ୧୬ ହଜାର ଟଙ୍କା ଜମା କରିବେ ।

TRUMP

TRUMP Photograph: (KANAK NEWS)

କନକ ବ୍ୟୁରୋ: ଆରମ୍ଭରୁ ହିଁ ଟ୍ରମ୍ପ ପ୍ରଶାସନ ପ୍ରବାସୀଙ୍କୁ ନେଇ କଠୋର ଆଭିମୁଖ୍ୟ ପୋଷଣ କରିଆସିଛି । ଆଉ ଏହାରି ଭିତରେ ଆମେରିକା ଏକ ନୂଆ ପାଇଲଟ୍ ପୋଗ୍ରାମ ଆଣିଛି । ଯେଉଁଥିରେ ପର୍ଯ୍ୟଟକ ଏବଂ ବିଜନେସ୍ ଭିସାରେ ଆମେରିକା ଯାଉଥିବା ଲୋକଙ୍କ ଭିସା ବଣ୍ଡ ରୂପରେ ୧୫ ହଜାର ଡଲାର ଅର୍ଥାତ ୧୩ ଲକ୍ଷ ୧୬ ହଜାର ଟଙ୍କା ଜମା କରିବେ ।

ଆମେରିକାର ବୈଦେଶିକ ବିଭାଗର ଏହି ପୋଗ୍ରାମ ଅନୁସାରେ, ପର୍ଯ୍ୟଟକ ଭିସା ଏବଂ ବିଜନେସ୍ ଭିସାରେ ଆମେରିକା ପହଞ୍ଚୁଥିବା ଲୋକଙ୍କ ପାଖରୁ ଭିସା ବଣ୍ଡ ନିଆଯିବ । ଏହି ପୋଗ୍ରାମକୁ ନେଇ ଏକ ନୋଟିସରେ କୁହାଯାଇଛି ଯେ, ଗତ କିଛି ବର୍ଷ ହେଲା ଲକ୍ଷାଧିକ ବିଦେଶୀ ଭିସା ଅବଧି ଶେଷ ହେବା ପରେ ମଧ୍ୟ ଆମେରିକା ଛାଡ଼ିନାହାନ୍ତି । ଭିସାର ଅବଧି ଶେଷ ହେବା ପରେ ମଧ୍ୟ ସେମାନେ ଆମେରିକାରେ ରହୁଛନ୍ତି । ତେଣୁ ଏହି ସଂଖ୍ୟାକୁ କମାଇବା ପାଇଁ ସେ ଏହି ଭିସା ବଣ୍ଡ ନୀତିକୁ ଆଣିବାକୁ ଯାଉଛନ୍ତି ।

ମିଳିଥିବା ସୂଚନା ମୁତାବକ, ଏହି ନୂଆ ପୋଗ୍ରାମ ଆସନ୍ତା ଅଗଷ୍ଟ ୨୦ ତାରିଖରୁ ଆରମ୍ଭ ହେବ । ହେଲେ କେଉଁ କେଉଁ ଦେଶର ଲୋକଙ୍କ ପାଇଁ ଏହା ଲାଗୁ ହେବ, ଆଉ କେଉଁ କେଉଁ ଦେଶର ଲୋକଙ୍କ ପାଇଁ ଏହି ନିୟମ ଆମେରିକାରେ ଲାଗୁ ହେବନି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe