କନକ ବ୍ୟୁରୋ : ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ହତ୍ୟା ନେଇ ତେହେରାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧମକ ଦେଇଛି। ଇରାନର ସୁରକ୍ଷା ମୁଖ୍ୟ ଅଲି ଲାରିଜାନି ଶନିବାର ଜାତୀୟ ଟିଭିରେ ଉଦ୍‌ବୋଧନ କହିଛନ୍ତି, ଟ୍ରମ୍ପଙ୍କୁ ଖେିମିନଙ୍କ ହତ୍ୟାର ମୂଲ୍ୟ ଦେବାକୁ ପଡ଼ିବ। ଆମେ ଆମ ସର୍ବୋଚ୍ଚ ନେତା ଓ ହଜାର ହଜାର ଲୋକଙ୍କ ହତ୍ୟାର ପ୍ରତିଶୋଧ ନିଶ୍ଚିତ ନେବୁ। ଟ୍ରମ୍ପଙ୍କୁ ଏହାର ମୂଲ୍ୟ ନିଶ୍ଚିତ ଦେବାକୁ ପଡ଼ିବ ବୋଲି ଲାରିଜାନି କହିଥି‌ଲେ। ଲାରିଜାନି ଖେମିନିଙ୍କ ଖୁବ୍‌ ଘନିଷ୍ଠ ଥିଲେ। ତେବେ ଟ୍ରମ୍ପ ଲାରିଜାନିଙ୍କ ଧମକକୁ ଖାରଜ କରିଦେଇଛନ୍ତି ଓ ଲାରିଜାନି କିଏ ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି। ସେମାନେ ପରାସ୍ତ ହୋଇସାରିଥିବା ଟ୍ରମ୍ପ ଇରାନ ଉଦ୍ଦେଶ୍ୟରେ କହିଛନ୍ତି। 

Advertisment

ଅଧିକ ପଢ଼ନ୍ତୁ :ସରକାରଙ୍କ ନୀରବତା ବିଚଳିତ କରୁଛି: ଖେମିନିଙ୍କ ମୃତ୍ୟୁ ନେଇ ଗଣମାଧ୍ୟମରେ ଲେଖିଲେ ସୋନିଆ,

ଲାରିଜାନି ରବିବାର ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ପଡ଼ୋଶୀ ଦେଶମାନଙ୍କୁ ଆମେରିକା ବିରୋଧରେ ନିଜ ଭୂମିକୁ ବ୍ୟବହାର କରିବାକୁ ଦେବାରେ ରୋକିବାକୁ ପଡ଼ିବ, ନହେଲେ ଆମ ପାଖରେ ହସ୍ତକ୍ଷେପ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ। ଶନିବାର ଇରାନର ଜାତୀୟ ଟିଭିରେ ଉଦ୍‌ବୋଧନ ଦେଇ ଲାରିଜାନି କହିଥିଲେ, ଟ୍ରମ୍ପଙ୍କୁ ସେ ଏକୁଟିଆ ଛାଡ଼ିବେ ନାହିଁ। ଇରାନର ଜବାବୀ କାର୍ୟ୍ୟାନୁଷ୍ଠାନକୁ ଆମେରିକା ଭୁଲରେ ଆକଳନ କରିଛି ଓ ଯୁଦ୍ଧ ଶୀଘ୍ର ଶେଷ ହେବନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଟ୍ରମ୍ପ ଭେନେଜୁଏଲା ଉପରେ ଆକ୍ରମଣ କରି ଏହାର ସ୍ବାଦ ଚାଖିଥିଲେ। ସେ ଭାବିଥିଲେ ଇରାନ ସହିତ ଖୁବ୍‌ଶୀଘ୍ର ଏହା ସହଜରେ ହାସଲ କରିବେ, କିନ୍ତୁ ସେ ଏବେ ଫସିଯାଇଛନ୍ତି।