କନକ ବ୍ୟୁରୋ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ହ୍ୱାଇଟ୍ ହାଉସ୍କୁ ଫେରିଛନ୍ତି । ଟ୍ରମ୍ପଙ୍କ ଶପଥ ପରେ ସରିବ କି ରୁଷ-ୟୁକ୍ରେନ୍ ଯୁଦ୍ଧ ତା ଉପରେ ସାରା ବିଶ୍ବର ନଜର ରହିଛି । ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପ ନିର୍ବାଚିତ ହେବା ପରେ ଯୁଦ୍ଧ ଶେଷ ହେବ ବୋଲି କହିଥିଲେ । ଏବେ ତାଙ୍କ ଦ୍ବିତୀୟ ପାଳି କାର୍ଯ୍ୟକାଳର ପ୍ରଥମ ଦିନରେ ହିଁ ୨୦୦ କାର୍ଯ୍ୟନିର୍ବାହୀ ଆଦେଶ ଜାରି କରିବେ ବୋଲି ଘୋଷଣା କରିଛନ୍ତି । ବର୍ତ୍ତମାନ ଦେଖାଦେଇଥିବା ବୈଶ୍ବିକ ସଙ୍କଟ ନେଇ ଟ୍ରମ୍ପ କହିଛନ୍ତି, ସେ ୟୁକ୍ରେନରେ ଯୁଦ୍ଧ ଶେଷ କରିବେ । ମଧ୍ୟପ୍ରାଚ୍ୟରେ ବିଶୃଙ୍ଖଳା ବନ୍ଦ କରିବା ସହ ତୃତୀୟ ବିଶ୍ୱଯୁଦ୍ଧକୁ ମଧ୍ୟ ବନ୍ଦ କରିବେ । ଗାଜାରେ ଇସ୍ରାଏଲ ଓ ହମାସ ମଧ୍ୟରେ ୧୫ ମାସ ଧରି ଚାଲିଥିବା ସଂଘର୍ଷକୁ ରୋକିବା ପାଇଁ ଟ୍ରମ୍ପ ଗାଜା ଅସ୍ତ୍ରବିରତି ଚୁକ୍ତିର ଶ୍ରେୟ ନେଇଛନ୍ତି । ଦାବି କରିଛନ୍ତି ଯେ ଯଦି ସେ ସେହି ସମୟରେ ରାଷ୍ଟ୍ରପତି ହୋଇଥାନ୍ତେ ତେବେ ଯୁଦ୍ଧ ହୋଇ ନଥାନ୍ତା । ମଧ୍ୟପ୍ରାଚ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରଥମ ପଦକ୍ଷେପ ଭାବେ ଅସ୍ତ୍ରବିରତି ଚୁକ୍ତି ହାସଲ କରିଛୁ ବୋଲି ଟ୍ରମ୍ପ କହିଛନ୍ତି ।
ସରିବ କି ରୁଷ-ୟୁକ୍ରେନ ଯୁଦ୍ଧ ? ଯୁଦ୍ଧ ବନ୍ଦ ହେବ କହିଥିଲେ ଆମେରିକା ରାଷ୍ଟ୍ରପତି ।
ଶପଥ ନେବା ପରେ ଟ୍ରମ୍ପଙ୍କ ପ୍ରତିଶ୍ରୁତି ଉପରେ ନଜର । ସରିବ କି ରୁଷ-ୟୁକ୍ରେନ ଯୁଦ୍ଧ । ନିର୍ବାଚନ ଜିତିବା ପରେ ଯୁଦ୍ଧ ବନ୍ଦ ହେବ ବୋଲି କହିଥିଲେ ଆମେରିକା ରାଷ୍ଟ୍ରପତି ।
/kanak/media/media_files/2025/01/21/L2eQ5zSPb0RQDQgSCDaP.jpg)