କନକ ବ୍ୟୁରୋ: ଆମେରିକାର ଭାର ସମ୍ଭାଳିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକାବାସୀ ନିଜର ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ନିର୍ବାଚିତ କରିଛନ୍ତିି । ପୁଣି ଥରେ କ୍ଷମାତା ନେବାକୁ ଯାଉଛନ୍ତି ଟ୍ରମ୍ପ । ଆମେରିକାର ଲୋକଙ୍କ ପାଖରେ ଦୁଇଟି ବିକଳ୍ପ ଥିଲା ପ୍ରଥମ ଡୋନାଲ୍ଡ ଟ୍ର୍ରମ୍ପ ଏବଂ ଦ୍ୱିତୀୟ କମଲା ହାରିସ । କିନ୍ତୁ ଜନତା ଟ୍ରମ୍ପଙ୍କୁ ବାଛିଥିଲେ । ଜାନୁଆରୀ ୨୦୨୫ରେ କ୍ଷମତା ସମ୍ଭାଳି ପାରନ୍ତି ଟ୍ରମ୍ପ । 

Advertisment

ରାଷ୍ଟ୍ରପତି ପଦରେ ବସିବା ପରେ ପ୍ରଥମେ ଟ୍ରମ୍ପଙ୍କ କାର୍ଯ୍ୟନୀତି କଣ ରହିବ? ଟ୍ରମ୍ପ ଆକ୍ରମଣାତ୍ମକ ନୀତି ଆପଣେଇ ପାରନ୍ତି ନା ଶାନ୍ତି ଭାବରେ କାର୍ଯ୍ୟ ଆପଣେଇବେ ତାହା ଉପରେ ସାରା ବିଶ୍ୱବାସୀଙ୍କ ନଜର । ତେବେ ମିଡିଆ ରିପୋର୍ଟ ଅନୁସାରେ ଟ୍ରମ୍ପ ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହ ଫୋନ୍ ରେ କଥା ହୋଇଛନ୍ତି । କଥାହେବା ସମୟରେ ଏଲନ ମସ୍କ ମଧ୍ୟ ଉପସ୍ଥିତି ଥିଲେ। ୟୁକ୍ରେନ ଯୁଦ୍ଧ ସମାପ୍ତ ଘଟାଇବା ଉପରେ ଟ୍ରମ୍ପ କଥା ହୋଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ଟ୍ରମ୍ପ ଅନ୍ୟ କିଛି ବିଶ୍ୱ ନେତାଙ୍କ ସହ କଥା ହୋଇଥିବାର ମଧ୍ୟ କୁହାଯାଉଛି ।  

କଣ ରହିବ ଟ୍ରମ୍ପଙ୍କ ପ୍ରାଥମିକତା

ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରାଥମିକତା ରହିବ ସିମା ସହ ଜଡିତ ସମସ୍ୟାର ସମାଧାନ, ଆତଙ୍କବାଦକୁ ସମାପ୍ତ କରିବା, ବନ୍ଦିମାନଙ୍କୁ ମୁକ୍ତ କରିବା ଏବଂ ଯୁଦ୍ଧକୁ ସମାପ୍ତ କରିବା ପରି ପଦକ୍ଷେପ ନେବେ ଟ୍ରମ୍ପ । ଭାରତୀୟ ମୂଳର ଜଣେ ଆମେରିକୀୟ ଓକିଲ ଏହି ସୂଚନା ଦେଇଛନ୍ତି ।