ଆମେରିକା-ଚୀନ ଟାରିଫ ଯୁଦ୍ଧ, ଟ୍ରମ୍ପ ପ୍ରଶାସନକୁ ମିଳିଲା  ପାଲଟା ଜବାବ

Advertisment

ଆମେରିକା-ଚୀନ ମଧ୍ୟରେ ଟାରିଫ ଯୁଦ୍ଧ ଆରମ୍ଭ । ଆମେରିକା ସାମଗ୍ରୀ ଉପରେ ୩୪% ଟାରିଫ ଲଗାଇଲା ବେଜିଂ । ୨ତାରିଖରେ ସମାନ ଶୁଳ୍କ ଲଗାଇଥିଲା ଆମେରିକା । 

ଆମେରିକା-ଚୀନ ମଧ୍ୟରେ ଟାରିଫ ଯୁଦ୍ଧ ଆରମ୍ଭ । ଆମେରିକା ସାମଗ୍ରୀ ଉପରେ ୩୪% ଟାରିଫ ଲଗାଇଲା ବେଜିଂ । ୨ତାରିଖରେ ସମାନ ଶୁଳ୍କ ଲଗାଇଥିଲା ଆମେରିକା । 

48-Tarrif

କନକ ବ୍ୟୁରୋ: ୨୪ଘଣ୍ଟା ଭିତରେ ଆମେରିକାକୁ ଚୀନର ଜବାବ । ୩୪% ଟାରିଫ୍‌ ଲଗାଇ ଚୀନ ଆପଣାଇଛି ଯେସାକୁ ତେଶା ନୀତି । ଗତକାଲି ବେଜିଂ ଉପରେ ୩୪ ପ୍ରତିଶତ ଟାରିଫ୍‌ ଲଗାଇବା ପରେ ଏବେ ଟ୍ରମ୍ପ ପ୍ରଶାସନକୁ ପାଲଟା ଜବାବ ମିଳିଛି । ଆମେରିକାର ଯେସାକୁ ତେସା ନିତୀର ଜବାବ ଦେଇଛି ଚୀନ ।  ଡୋନାଲ୍ଡ ଟ୍ରମ୍ପ ଅନେକ ଦେଶ ଉପରେ ପାରସ୍ପରିକ ଶୁଳ୍କ ଘୋଷଣା କରିବାର କିଛି ଦିନ ପରେ ଚୀନ୍ ଘୋଷଣା କରିଛି ଏପ୍ରିଲ ୧୦ ତାରିଖରୁ ସମସ୍ତ ଆମେରିକୀୟ ସାମଗ୍ରୀ ଉପରେ ୩୪% ଅତିରିକ୍ତ ଶୁଳ୍କ ଲଗାଇବ । ଚୀନ୍‌ ଏପ୍ରିଲ ୪ ତାରିଖରୁ କମ୍ପ୍ୟୁଟର ଚିପ୍ସ ଏବଂ ବୈଦ୍ୟୁତିକ ଯାନ ବ୍ୟାଟେରୀ ଭଳି ଉଚ୍ଚ-ପ୍ରଯୁକ୍ତି ଉତ୍ପାଦର ରପ୍ତାନି ଉପରେ ନିୟନ୍ତ୍ରଣ ଘୋଷଣା କରିଛି । ଚୀନ୍ ବାଣିଜ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଆଇନ ଅନୁଯାୟୀ ପ୍ରାସଙ୍ଗିକ ସାମଗ୍ରୀ ଉପରେ ଚୀନ୍ ସରକାରଙ୍କ ରପ୍ତାନି ନିୟନ୍ତ୍ରଣ କାର୍ଯ୍ୟକାରୀ କରିବାର ଉଦ୍ଦେଶ୍ୟ ହେଉଛି ଜାତୀୟ ସୁରକ୍ଷା ଏବଂ ସ୍ୱାର୍ଥକୁ ଭଲ ଭାବରେ ସୁରକ୍ଷା ଦେବା । ଚୀନ୍ ସରକାର ଏହା ମଧ୍ୟ କହିଛନ୍ତି, ଏହା ବାଣିଜ୍ୟ ପ୍ରତିବନ୍ଧକ କିମ୍ବା ରପ୍ତାନି ନିୟନ୍ତ୍ରଣ ଅଧୀନରେ ଥିବା କମ୍ପାନୀ ତାଲିକାରେ ୨୭ ଟି ଆମେରିକୀୟ କମ୍ପାନୀ ଉପରେ ନିୟମ ଲାଗୁ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe