କନକ ବ୍ୟୁରୋ :  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧ ସମଗ୍ର ବିଶ୍ୱର ଭୂରାଜନୀତିକୁ ବଦଳାଇ ଦେଇଛି । ଶୁଳ୍କ ବିରୋଧରେ ପ୍ରତିବାଦରେ ନୂତନ ମେଣ୍ଟ  ଗଠନ  ହେବା ଆରମ୍ଭ କରିଛି । ପୁରୁଣା ମେଣ୍ଟ ଭାଙ୍ଗୁଛି, ପୁରୁଣା ତିକ୍ତତା ମିତ୍ରତା ପରିଣତ ହେଉଛି  । ସାରା ବିଶ୍ବର ବଡ଼ ବଡ ଶକ୍ତି ଟ୍ରମ୍ପଙ୍କ ଟାରିଫ୍‌  ମାଡ ଉପରେ ସ୍ବର ଉଠାଇବା ଆରମ୍ଭ କରିବା ସହ ଏାକଠି ହେଉଛନ୍ତି । ଟାରିଫ୍‌ ୱାର କରି  ନିଜ ପାଇଁ  ବିପଦ ଡାକିଦେଲେ ଡୋନଲ୍ଡ ଟ୍ରମ୍ପ ଏଭଳି ମନେହେଉଛି ।  ଏବେ ସୁବଠୁ ବଡ କଥା  ଟ୍ରମ୍ପ ଦ୍ବାରା ଭାରତ ଉପରେ ଲଗାଯାଇଥିବା ୫୦ ପ୍ରତିଶତ ଟାରିଫ୍‌କୁ ବିରୋଧ କରୁଛି ସାରା ଦେଶ । 

Advertisment

ଯାହଦ୍ବାରା ଭାରତର ପୂର୍ବ ଶତ୍ରୁ ଏବେ ଭାରତର ମିତ୍ର ହେବା ପାଇଁ ହାତ ବଢାଇବା ଆରମ୍ଭ କରିଛନ୍ତି । ତୁର୍କି ପରେ ଭାରତକୁ ଖୋଲାଖୋଲି ସମର୍ଥନ  କରିଛି ଜର୍ମାନୀ ।  ଭାରତ ଗସ୍ତରେ ଆସିଛନ୍ତି ଜର୍ମାନ ବୈଦେଶିକ ମନ୍ତ୍ରୀ ଜୋହାନ ଡେଭିଡ୍ ୱାଡେଫୁଲ୍ । ଭାରତ ଉପରେ ଲାଗାଇଥିବା ପ୍ରତିବନ୍ଧକ ହଠାଇବା ସହ ଟ୍ରମ୍ପକୁ ଆଇନା ଦେଖାଇଛନ୍ତି ।  ସେ କହିଛନ୍ତି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏକ ପ୍ରମୁଖ ଅଂଶୀଦାର । ଆମର ସମ୍ପର୍କ ରାଜନୈତିକ, ଆର୍ଥିକ ଏବଂ ସାଂସ୍କୃତିକ ଦୃଷ୍ଟିରୁ ଘନିଷ୍ଠ  ।

ଆମର ରଣନୈତିକ ସହଭାଗୀତାକୁ ବିସ୍ତାର କରିବାର ବହୁତ ସମ୍ଭାବନା ରହିଛି । ସେ କହିଛନ୍ତି ଯେ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଏବଂ ସର୍ବବୃହତ ଗଣତନ୍ତ୍ର ଭାବରେ, ଭାରତର ସ୍ୱର ଗୁରୁତ୍ୱପୂର୍ଣ୍ଣ  । ବିଶାଳ ଭୂରାଜନୈତିକ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଆମେ ନିୟମ-ଆଧାରିତ ଅନ୍ତର୍ଜାତୀୟ କ୍ରମକୁ ଏକାଠି ବଜାୟ ରଖିବାକୁ ଚାହୁଁ ଏବଂ ରଖିବା ଉଚିତ । ଆମେ ଏହାକୁ ଆହୁରି ମଜବୁତ କରିବୁ ବୋଲି ଜର୍ମାନ ବୈଦେଶିକ  ମନ୍ତ୍ରୀ କହିଛନ୍ତି ।   

 ଜର୍ମାନୀର ଏହି ନିଷ୍ପତ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ବୈଦେଶିକ ନୀତିର ଏକ ସୀମାକୁ ଦର୍ଶାଇଥିଲା । ଏହା ପ୍ରମାଣିତ କରିଥିଲା ଯେ ଆମେରିକା ସବୁବେଳେ ଅନ୍ୟ ଦେଶମାନଙ୍କ ଉପରେ ନିଜର ଇଚ୍ଛା ଲଦି ଦେଇପାରିବ ନାହିଁ । ଅନ୍ୟ ଦେଶମାନେ ମଧ୍ୟ ନିଜର ସ୍ୱାର୍ଥ ଏବଂ ରଣନୀତିକ ସମ୍ପର୍କକୁ ପ୍ରାଧାନ୍ୟ ଦେଇଥାନ୍ତି । ଏହି ଘଟଣା ଭାରତର ସ୍ୱାଧୀନ ବୈଦେଶିକ ନୀତିକୁ ମଧ୍ୟ ଏକ ଦୃଢ଼ ସମର୍ଥନ ଦେଇଥିଲା । ଟ୍ରମ୍ପଙ୍କ ଅପିଲ୍ ଖାରଜ କରି ଜର୍ମାନୀ କେବଳ ଭାରତ ସହିତ ନିଜର ବନ୍ଧୁତାକୁ ମଜବୁତ କରିନଥିଲା, ବରଂ ନିଜର ସ୍ୱାଧୀନତା ଏବଂ ସାର୍ବଭୌମତ୍ୱର ଏକ ଦୃଢ଼ ପ୍ରଦର୍ଶନ ମଧ୍ୟ କରିଥିଲା ।