କନକ ବ୍ୟୁରୋ:  ଭାରତ ଉପରେ ରାଗ ସୁଝାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ହ ଟ୍ରମ୍ପ ।୫୦ ପ୍ରତିଶତ ଟାରିଫ୍ ଲଗାଇବା ପରେ ବି ତାଙ୍କ ମନ ଶାନ୍ତି ହୋଇନି ।ଆଗକୁ ସେକେଣ୍ଡାରୀ ସେକ୍ସନ୍ ଜାରି କରିବାକୁ ସଙ୍କେତ ଦେଇଛନ୍ତି । କହିଛନ୍ତି ,ଏବେତ ଏତିକି ଆଗକୁ ଆହୁରି ଅନେକ କିଛି ବାକି ଅଛି ।

Advertisment

ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପଙ୍କୁ ଜଣେ ସାମ୍ବାଦିକ ପଚାରିଥିଲେ, କେବଳ ଭାରତ ନୁହେଁ ଚୀନ ଏବଂ ଅନ୍ୟ ଦେଶ ମଧ୍ୟ ଋଷ ଠାରୁ ତୈଳ ଆମଦାନୀ କରୁଛନ୍ତି ତାହେଲେ ଭାରତ ଉପରେ ଏତେ ଟାରିଫ୍ କାହିଁକି ? ଏହାର ଜବାବରେ ଟ୍ରମ୍ପ କହିଥିଲେ, ’ ଏବେ ତ  ମାତ୍ର ୮ ଘଣ୍ଟା ପୂରିଛି । ଆଗକୁ ଦେଖନ୍ତୁ କ’ଣ ହଉଛି  । ଆପଣଙ୍କୁ ଆହୁରି ଅନେକ କିଛି ବାକି ଅଛି । ଆହୁରି ଅନେକ ସେକେଣ୍ଡାରୀ ସେକ୍ସନ୍ ଦେଖିବାକୁ ବାକି ଅଛି ’।

ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି, ଋଷଠାରୁ ତୈଳ ଆମଦାନୀ କରିବାରେ ଭାରତ ଦ୍ବୀତିୟ ଆଗୁ୍ଆ ଦେଶ । ଏବେ ତ ଭାରତ ଉପରେ ଟାରିଫ୍ ଲଗେଇଛୁ । ଆଗକୁ ଏହି ଲାଇନରେ ଚୀନ ବି ଆସିପାରେ । କହିବା ପରେ ବି ଭାରତ ଋଷ ଠାରୁ ତୈଳ କିଣିବା ବନ୍ଦ କରିନାହିଁ । ଯାହା ଆମେରିକାର ’ ଜାତୀୟ ସୁରକ୍ଷା’ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭାରତ ପ୍ରକୃତରେ ଋଷକୁ ୟୁକ୍ରେନ ବିରୋଧରେ ସାହାଯ୍ୟ କରୁଛି’ ।

 ଟ୍ରମ୍ପ ଜୁଲାଇ ୩୦ ତାରିଖରେ ଭାରତରୁ ଆମଦାନୀ ହେଉଥିବା ଉତ୍ପାଦ ଉପରେ ପ୍ରଥମ ଥର ୨୫ ପ୍ରତିଶତ ଟାରିଫ ଲଗାଇଥିଲେ । ଏହାପରେ ଅଗଷ୍ଟ ୬ରେ ଦ୍ବିତୀୟ ଥର ଆହୁରି ୨୫ ପ୍ରତିଶତ ଟାରିଫ୍ ଲଗାଇଲେ ।ଏପରି ପଦକ୍ଷେପରେ ଏବେ ଭାରତ ଉପରେ ଲଗାଇଛି ୫୦ ପ୍ରତିଶତର ଟାରିଫ୍ । ପ୍ରଥମ ଟାରିଫ୍ ଅଗଷ୍ଟ ୭ରୁ ଲାଗୁ ହେଉଛି ଏବଂ ଦ୍ବିତୀୟ ଘୋଷଣା ୨୧ ଦିନ ପରେ ଲାଗୁ ହେବ । ଅର୍ଥାତ୍ ଅଗଷ୍ଟ ୨୭ ତାରିଖରୁ ଲାଗୁ ହେବ । ଏହିପରି ଭାରତ ଉପରେ ପଡ଼ିଲାଣି ୫୦ ପ୍ରତିଶତ ଟାରିଫ୍ ଛାଟ । ଏତିକିରେ ବି ଚୁପ୍ ବସିନାହାଁନ୍ତି ଟ୍ରମ୍ପ ନିଜର ସ୍ବାର୍ଥ କ୍ଷୁର୍ଣ୍ଣ ହେବା କାରଣରୁ ରାଗ ସୁଝାଇବାକୁ ଭାରତ ଉପରେ ପୁଣିଥରେ ସେକେଣ୍ଡାରୀ ସେକ୍ସନ୍ ଲାଗୁ କରିବାକୁ କହୁଛନ୍ତି । ଅନ୍ୟପଟେ ଚୀନ୍ ଉପରେ ଲଗାଇଥିବା ଟାରିଫକୁ ୯୦ ଦିନ ପାଇଁ ରୋକ୍ ଲଗାଇଛନ୍ତି ।

ଟ୍ରମ୍ପଙ୍କ ଏଭଳି କାର୍ଯ୍ୟକୁ କଡ଼ା ନିନ୍ଦା କରିଛନ୍ତି ଭାରତୀୟ କୂଟନୀତିଜ୍ଞ । କୁହାଯାଉଛି , ଟାରିଫ୍ ତ ଗୋଟେ ବାହାନା ।ଟ୍ରମ୍ପଙ୍କ ରାଗ ତଆଉ କିଛି କଥା ପାଇଁ । ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ଯେତେବେଳେ ପାକିସ୍ତାନ ଓ ଭାରତ ମଧ୍ୟରେ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଥିଲା, ସେତେବେଳେ ଟ୍ରମ୍ପ ଏଥିରେ ମଧ୍ୟସ୍ଥତା କରିବାକୁ ଚାହିଁଥିଲେ ଏବଂ ଯୁଦ୍ଧ ବିରତିର ଶ୍ରେୟ ନେବାକୁ ଚାହୁଁଥିଲେ । କିନ୍ତୁ ମୋଦୀ ରୋକଠୋକ୍ ମନା କଲେ । ଦୁଇ ଦେଶ ଭିତରେ କୌଣସି ତୃତୀୟ ଦେଶର ମଧ୍ୟସ୍ଥତା ଲୋଡା ନାହୖଁ  ବୋଲି ସଫା ସଫା କହିଦେଲେ । ବାସ୍ ଏତିକିରେ ଭାରତ ଉପରେ ଟ୍ରମ୍ପଙ୍କ ରାଗ ପଞ୍ଚମ, ଯାହାର ପରିଣାମ ହେଉଛି ଏ ୫୦- ପ୍ରତିଶତ ଟାରିଫ୍ ।କିନ୍ତୁ ଭାରତ ବି ଚୁପ୍ ବସିବା ଦେଶ ନୁହେଁ । ଏବେ ସମସ୍ତଙ୍କ ଅପେକ୍ଷା କ’ଣ ବାଟ ବାହାର କରୁଛନ୍ତି ମୋଦୀ ।