ଟ୍ରମ୍ପ୍‌ଙ୍କ ଟାର୍ଗେଟ୍‌ରେ ଭେନେଜୁଏଲାଠାରୁ ତେଲ ଓ ଗ୍ୟାସ କିଣୁଥିବା ଦେଶ, ବାଦ ପଡିବନି ଭାରତ

ଭେନେଜୁଏଲାର ଅଶୋଧିତ ତୈଳ ଆମଦାନୀ ଉପରେ ଆମେରିକା ରାଷ୍ଟ୍ରପତି ଶୁଳ୍କ ଲାଗୁ କରିବାକୁ ଘୋଷଣା କରିବା ପରଠାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଛି । ଅଶୋଧିତ ତୈଳ ବ୍ୟାରେଲ ପିଛା ୭୩ ଡଲାର ଅତିକ୍ରମ କରିଛି । ସେହିପରି ଆମେରିକାରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୦ ଡଲାର ପାଖାପାଖି ପହଞ୍ଚିଛି ।

fdfffsfsdfsfsf

କନକ ବ୍ୟୁରୋ: ବିଶ୍ୱ ରାଜନୀତି ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନମାନି ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି । ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭର କରୁଥିବା ବିଶ୍ୱର ସେହି ଦେଶଗୁଡ଼ିକର ଅର୍ଥନୀତିକୁ ଆମେରିକା ଶୁଳ୍କ ମାଧ୍ୟମରେ ଟାର୍ଗେଟ୍ କରିବା ଆରମ୍ଭ କରିଛି । ଏବେ ଟ୍ରମ୍ପ୍ ଯାହା ଘୋଷଣା କରିଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଭେନେଜୁଏଲା ଠାରୁ ଅଶୋଧିତ ତୈଳ କିଣୁଥିବା ବିଶ୍ୱର ଦେଶଗୁଡ଼ିକୁ ଟ୍ରମ୍ପ୍‌ ସ୍ପଷ୍ଟ ସଙ୍କେତ ଦେଇଛନ୍ତି, ସେମାନଙ୍କ ଉପରେ ୨୫ ପ୍ରତିଶତ ଟିକସ ଲାଗିବ। ଏହି ଘୋଷଣା ଭାରତ ଓ ଚୀନ୍  ଭଳି ଦେଶ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏହାର ଏକ କାରଣ ହେଉଛି, ଉଭୟ ଦେଶ ଭେନେଜୁଏଲାରୁ ବିପୁଳ ପରିମାଣର ଅଶୋଧିତ ତୈଳ କିଣୁଛନ୍ତି । ଏବେ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ପରେ ଭାରତର ଅର୍ଥନୀତି ଉପରେ ବଡ଼ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି ।

ଭେନେଜୁଏଲାର ଅଶୋଧିତ ତୈଳ ଆମଦାନୀ ଉପରେ ଆମେରିକା ରାଷ୍ଟ୍ରପତି ଶୁଳ୍କ ଲାଗୁ କରିବାକୁ ଘୋଷଣା କରିବା ପରଠାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଛି । ଅଶୋଧିତ ତୈଳ ବ୍ୟାରେଲ ପିଛା ୭୩ ଡଲାର ଅତିକ୍ରମ କରିଛି । ସେହିପରି ଆମେରିକାରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୦ ଡଲାର ପାଖାପାଖି ପହଞ୍ଚିଛି ।

ଟ୍ରମ୍ପ୍‌ଙ୍କ ଖେଳ ଭାରତକୁ କାଳ !
-ଭେନେଜୁଏଲା ଭଳି ଦେଶଠୁ ତୈଳ ଆମଦାନୀ ଉପରେ ଏଭଳି ନିଷ୍ପତ୍ତି ନିଆଯାଇଛି
-ଯାହା ଦ୍ୱାରା ଆମେରିକୀୟ ତୈଳ ଯୋଗାଣ ସର୍ବାଧିକ ହୋଇପାରିବ 
-ଭେନେଜୁଏଲାରୁ ଗ୍ୟାସ୍‌ ଓ ତେଲ କିଣୁଥିବା ଦେଶମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ
-ଆମେରିକା ସହ ବାଣିଜ୍ୟ କଲେ ୨୫ ପ୍ରତିଶତ ଶୁଳ୍କ ଦେବେ ବୋଲି  ଟ୍ରମ୍ପ୍‌ଙ୍କ  ଘୋଷଣା
ଏପ୍ରିଲ ୨ରୁ ନୂଆ ନିୟମ ଲାଗୁ ପରେ ଆଗକୁ କ’ଣ ରହୁଛି ବିଶ୍ୱ ଅର୍ଥନୀତିର ସ୍ଥିତି ତା ଉପରେ ନଜର ରହିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe