ଜାତିସଂଘକୁ କଡ଼ା ସମାଲୋଚନା, ୭ ଯୁଦ୍ଧ ରୋକିଥିବା ନେଇ ନିଜକୁ ପ୍ରଶଂସା, ନିଜ ପାଇଁ ନୋବେଲ ଦାବି କଲେ ଟ୍ରମ୍ପ

କହିଲେ ଜାତିସଂଘ ଯେଉଁ କାର୍ଯ୍ୟ  କରିବା କଥା ସେ  କାମ କରୁଛନ୍ତି । ସେପଟେ ୟୁକ୍ରେନ ସହ ଯୁଦ୍ଧକୁ ନେଇ ଋଷିଆକୁ ଧମକ ଦେଇଛନ୍ତି । ଋଷକୁ କାଗଗ ବାଘ କହି  ସମାଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି। ଟ୍ରମ୍ପ କହିଛନ୍ତି ୟୁକ୍ରେନ୍ ଯୁଦ୍ଧ ଜିତିବା ସ୍ଥିତିରେ ଅଛି। ୟୁକ୍ରେନ ସହ ୟୁରୋପିଆନ ସଂଘ, ନାଟୋ ଦେଶ ଅଛନ୍ତି ।

13

କନକ ବ୍ୟୁରୋ : ଜାତିସଂଘକୁ କଡା ସମାଲୋଚନା କଲେ ଟ୍ରମ୍ପ ।  ଭାରତ-ପାକ୍ ଯୁଦ୍ଧ ସହ ୭ ଯୁଦ୍ଧ ରୋକିଥିବା କହି ନିଜକୁ ପ୍ରସଂଶା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଏଥିସହ ନିଜ ପାଇଁ ନୋବଲ ପୁରସ୍କାର ଦାବି କରିଛନ୍ତି ।  କହିଲେ ଜାତିସଂଘ ଯେଉଁ କାର୍ଯ୍ୟ  କରିବା କଥା ସେ  କାମ କରୁଛନ୍ତି । ସେପଟେ ୟୁକ୍ରେନ ସହ ଯୁଦ୍ଧକୁ ନେଇ ଋଷିଆକୁ ଧମକ ଦେଇଛନ୍ତି । ଋଷକୁ କାଗଗ ବାଘ କହି  ସମାଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି। ଟ୍ରମ୍ପ କହିଛନ୍ତି ୟୁକ୍ରେନ୍ ଯୁଦ୍ଧ ଜିତିବା ସ୍ଥିତିରେ ଅଛି। ୟୁକ୍ରେନ ସହ ୟୁରୋପିଆନ ସଂଘ, ନାଟୋ ଦେଶ ଅଛନ୍ତି । ଇୟୁ ଓ ନାଟୋ ମିଳିତ ଭାବେ ଋଷ ଦଖଲ କରିଥିବା ଅଞ୍ଚଳକୁ ଫେରାଇ ଆଣିବେ । ଜାତିସଂଘର ୮୦ ସାଧାରଣ ଅଧିବେସନରେ ଟ୍ରମ୍ପଙ୍କ ଭାଷଣକୁ ନେଇ ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଛି ।  ଆଗକୁ ଟ୍ରମ୍ପ ଏବଂ ନାଟୋ ଦେଶଙ୍କ କ’ଣ ପଦକ୍ଷେପ ରହିବ ତାକୁ ନେଇ ଚର୍ଚ୍ଚା ବଢିଛି । ସେପଟେ ଋଷର ପ୍ରତିକ୍ରିୟା ଉପରେ ମଧ୍ୟ ବିଶ୍ବର ନଜର ରହିଛି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe